ହିଞ୍ଜିଳିକାଟୁ/ ରଜନୀକାନ୍ତ ପାତ୍ର : ପୁଣି ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ । ଲାଞ୍ଚ ନେବାବେଳେ ଧରାପଡିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି । ଆସିକା ବିଇଓ ଅଫିସର କନିଷ୍ଠ କିରାଣି ମନୋଜ କୁମାର ପ୍ରଧାନ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଅବସରପ୍ରାପ୍ତ ଶିକ୍ଷକଙ୍କୁ ଏମ୍ଏସିପି ଫାଇଦା ଯୋଗାଇ ଦେବାକୁ ଲାଞ୍ଚ ନେଉଥିଲା କନିଷ୍ଠ କିରାଣି । ତାଙ୍କ ଠାରୁ ଭିଜିଲାନ୍ସ ଲାଞ୍ଚ ନେଇଥିବା ଟଙ୍କା ଜବତ କରିଛି । କନିଷ୍ଠ କିରାଣି ମନୋଜଙ୍କ ଅଫିସ, ପୈତୃକ ଘର ସହ ଭଡ଼ାଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏନେଇ ବ୍ରହ୍ମପୁର ଭିଜିଲାନ୍ସରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ।