ବ୍ୟୁରୋ: ପଶ୍ଚିମବଙ୍ଗର ଜୁନିଅର ଡାକ୍ତର ଶୁକ୍ରବାର ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି । ତେବେ ଆଜି ଠାରୁ କର୍ମକ୍ଷେତ୍ରକୁ ଫେରିବେ ଡାକ୍ତର । ୪୨ ଦିନ ଧରି ଯେଉଁ ସବୁ କାର୍ଯ୍ୟ ବନ୍ଦ ହୋଇଥିଲା ତାହା ପୁଣି ଆରମ୍ଭ ହେବ । ଶୁକ୍ରବାର ସେମାନେ ସିବିଆଇ ଅଫିସକୁ ଏକ ଶୋଭାଯାତ୍ରାରେ ଯାଇଥିଲେ । ତୁରନ୍ତ ତଦନ୍ତ ଶେଷ କରି ଦୋଷୀକୁ ଦଣ୍ଡ ମିଳିବ ପାଇଁ ଦାବି କରିଛନ୍ତି । ଏହା ପରେ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହାର କରିବେ ବୋଲି ଘୋଷଣା କରିଥିଲେ ।
କିନ୍ତୁ ଜୁନିଅର ଡାକ୍ତର କହିଛନ୍ତି, ଓପିଡ଼ିରେ କାମ କରିବେ ନାହିଁ । କେବଳ ଜରୁରୀ ସେବାରେ ଯୋଗ ଦେବେ । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ନ ହେଲେ ପୁଣି ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।
ପ୍ରକାଶ ଥାଉ କି,ଆର ଜି ମେଡିକାଲ କଲେଜର ମେଡିକାଲ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ବର୍ବର ହତ୍ୟା ପରେ ନ୍ୟାୟ ଦାବିରେ ଜୁନିଅର ଡାକ୍ତର ଆନ୍ଦୋଳନ କରିଥିଲେ। ସମସ୍ତ ଦାବି ପୂରଣ, ପୀଡ଼ିତାଙ୍କୁ ନ୍ୟାୟ ଓ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ବଦଳି ପରେ ମାନିଛି ଡାକ୍ତର ସଂଘ ଏବଂ ଆଜିଠାରୁ କାର୍ଯ୍ୟରେ ସେମାନେ ଯୋଗ ଦେବେ।