ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ

0

ଜଗତସିଂହପୁର : ଭିଜିଲାନ୍ସ ଜାଲରେ ଜଗତସିଂହପୁର ଜିଲା ନାଉଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ ସ୍ମୃତି ରଞ୍ଜନ ନାୟକ। ଶ୍ମଶାନ ଉନ୍ନତିକରଣ କାମ ପାଇଁ ଠିକାଦାରଙ୍କ ଠାରୁ ୨୫ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। କନିଷ୍ଠ ଯନ୍ତ୍ରୀଙ୍କ ସହ ତାଙ୍କର ଜଣେ ସହଯୋଗୀ ମଧ୍ୟ ଧରାପଡିଛନ୍ତି। ତେବେ ଧରାପଡିବା ପରେ କନିଷ୍ଠ ଯନ୍ତ୍ରୀଙ୍କ ବିଭିନ୍ନ ଠିକଣାରେ ଚଢାଉ କରିଛି ଭିଜିଲାନ୍ସ।

ସୂଚନା ଅନୁଯାୟୀ , ନାଉଗାଁ ବ୍ଲକର କନିଷ୍ଠଯନ୍ତ୍ରୀ ସ୍ମୃତି ରଞ୍ଜନ ନାୟକ ଜାମୁଗାଁ ପଞ୍ଚାୟତର ଜଳସରପଡା ଅଞ୍ଚଳରେ ଏକ ଶ୍ମଶାନ କାର୍ଯ୍ୟର ୪ଲକ୍ଷ ଟଙ୍କା ବିଲ୍ କରିବା ନିମନ୍ତେ ପ୍ରତାପ ଚନ୍ଦ୍ର କାଣ୍ଡିଙ୍କ ଠାରୁ ଲଞ୍ଚ ନେଉଥିଲେ । ସହଯୋଗୀ ବାପିନା ଦାସଙ୍କ ସାହାର୍ଯ୍ୟରେ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସହଯୋଗୀ ବାପିନା ଓ କନିଷ୍ଠଯନ୍ତ୍ରୀ ସ୍ମୃତି ରଞ୍ଜନ ନାୟକଙ୍କୁ ମାଡିବସିଛି ଜଗତସିଂହପୁର କଟକ ଭିଜିଲାନ୍ସ ଟିମ । ସେପଟେ କନିଷ୍ଠ ଯନ୍ତ୍ରୀଙ୍କ ଅଫିସ ରୁମକୁ ତନଖି ଯାଞ୍ଚ କରୁଛି ଟିମ୍ , ଏହି ଚଢାଉ କଟକ ଭିଜିଲାନ୍ସ ଟିମ ଓ ଜଗତସିଂହପୁର ଡିଏସ୍ପି ଅନୁପମା ସାହୁଙ୍କ ଟିମ ସାମିଲ ରହିଥିବା ଜଣାପଡିଛି ।