ଚଳିତ ବିଧାନସଭାର ଶେଷ କ୍ୟାବିନେଟ ବୈଠକ ଅନୁଷ୍ଠିତ

0

 ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅନ୍ତିମ କ୍ୟାବିନେଟ ବୈଠକ ଅନୁଷ୍ଠିତ । ବିଜେଡି ସରକାରର ପଞ୍ଚମ ପାଳିର ଶେଷ କ୍ୟାବିନେଟ୍‌ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା ରେ ଜାରି । ଏନେଇ ସବୁ ବିଭାଗର ମନ୍ତ୍ରୀ ମାନଙ୍କୁ ଅବଗତ କରାଯାଇଛି। ଚଳିତ ସାଧାରଣ ନିର୍ବାଚନର ଭୋଟ୍‌ ଗଣତି ଆସନ୍ତା ୪ ତାରିଖରେ ଅନୁଷ୍ଠିତ ହେବ। ଭୋଟ୍‌ ଗଣତି ପୂର୍ବରୁ ମନ୍ତ୍ରିମଣ୍ଡଳ ଭଙ୍ଗ କରିବା ନେଇ ବୈଠକରେ ନିଷ୍ପତ୍ତି ହୋଇପାରେ। ଭୋଟ୍‌ ଗଣତି ପରେ ସଂଖ୍ୟା ଗରି‌ଷ୍ଠତା ହାସଲ କରିଥିବା ଦଳ ସରକାର ଗଢ଼ିବା ନେଇ ରାଜ୍ୟପାଳଙ୍କୁ ଅବଗତ କରାଇବେ। ଭାରତର ନିର୍ବାଚନ ଆୟୋଗଙ୍କ ନିର୍ବାଚନ ପ୍ରକ୍ରିୟା ଅନୁଯାୟୀ, ଜୁନ୍ ୪ରେ ଭୋଟ୍‌ ଗଣତି ରହିଛି। ଏହା ପୂର୍ବରୁ ରାଜ୍ୟ ସରକାର ତାଙ୍କର କାର୍ଯ୍ୟକାଳ ପୂରଣ ନେଇ ଅବଗତ କରାଇବେ।