ପୁଣି ହୃଦୟ ଜିତିଲେ ଦିବଂଗତ ଅଭିନେତା ଶାହାରୁଖ ଖାନ୍

0

ନୂଆଦିଲ୍ଲୀ – ବର୍ତ୍ତମାନ କରୋନା ଭାଇରସ୍ ବିରୋଧରେ ବିଶ୍ୱବ୍ୟାପି ଯୁଦ୍ଧ ଚାଲିଛି । ଏହି ଭୂତାଣୁଜନିତ ସଂକ୍ରମଣ ସହ ଲଢିବା ଲାଗି ସରକାରଙ୍କ ସହ ହାତରେ ହାତ ମିଶାଇ ଛିଡା ହୋଇଛନ୍ତି ବଲିଉଡର ସେଲିବେଟ୍ରିମାନେ ।ସରକାରଙ୍କୁ ଆର୍ଥିକ ସହାୟତା ଦେବା ସହ ଏମାନେ ଜନସାଧାରଣଙ୍କୁ ବିଭିନ୍ନ ଉପାୟରେ ସାହାର୍ଯ୍ୟ କରୁଛନ୍ତି ଓ ସଚେତନ ମଧ୍ୟ କରୁଛନ୍ତି । ଅଭିନେତା ସୋନୁ ସୋଦ୍ ପ୍ରବାସୀମାନଙ୍କୁ ଫେରାଇ ଆଣିବାର ସାହାର୍ଯ୍ୟ କରିଥିବାବେଳେ ଶାହାରୁଖ ଖାନ ମଧ୍ୟ ବିଭିନ୍ନ ଉପାୟରେ ସାହାର୍ଯ୍ୟ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି । ନକଟରେ ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ମଧ୍ୟ ଟ୍ୱିଟ୍ କରି ଶାହାରୁଖଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ମନ୍ତ୍ରୀ ଟ୍ୱିଟ୍କରି କହିଛନ୍ତି ଯେ, ଶାହାରୁଖ କରୋନା ମହାମାରୀ ସଂକଟ ସମୟରେ ଦିଲ୍ଲୀକୁ ୫ଶହ ରେମେଡେସିଭିର ଟୀକା ପ୍ରଦାନ କରିଥିଲେ । ଯାହାକି ଦିଲ୍ଲୀ କରୋନା ସହ ଲଢିବା ପାଇଁ ବେଶ୍ଶକ୍ତି ଯୋଗାଇଥିଲା । ସେ ଲେଖିଛନ୍ତି ଆମେ ଶାହାରୁଖ ଓ ମୀର ଫାଉଣ୍ଡେସନକୁ ହୃଦୟରୁ ଧନ୍ୟବାଦ ଜଣାଉଛୁ । ସେ ଦିଲ୍ଲୀକୁ ୫ ଶହ ରେମେଡେସିଭିର ଦାନ କରିଥିଲେ ଯେଉଁଥିରେକି ସେହି ମସୟରେ ଆବଶ୍ୟକତା ଥିଲା । ଏହା ପ୍ରଥମ ଥର ନୁହେଁ ପୂର୍ବରୁ ବହୁ ବାର ସାହାର୍ଯ୍ୟର ହାତ ବଢାଇଛନ୍ତି ।

Edit by sanjulata sahoo