(ଚିତ୍ତରଞ୍ଜନ ସାହୁ /ବରଗଡ): ବରଗଡ ଜିଲ୍ଲା ବରପାଲି ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ କୋଭିଡ -୧୯ ଟିକାକରଣ କେନ୍ଦ୍ରକୁ ବିଜେପୁର ବିଧାୟିକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ଏଡିପିଏଚଡ଼ି ( ଏଫଡବ୍ଲ୍ୟୁ) ଦତ୍ୟ ନାରାୟଣ ପଢି,ମେଡିକାଲ ଅଫିଶର ଡ଼.ରାଜେଶ ବେହେରା,ବିପିଏମ ତପନ ପଟ୍ଟନାୟକ,ଅଶୋକ ,ଅନିରୁଦ୍ଧବେହେରା,ରାମସେଠ,ସୁବ୍ରତ ମେହେର,କୈଲାସ ଚନ୍ଦ୍ର ସାହୁ,ଆଲୋକ ସାମନ୍ତରାୟ ଥିଲେ । ଏଥିରେ ପ୍ରଥମ କୋଭିଡ ଟୀକା ଅଙ୍ଗନବାଡି କର୍ମି ରେଣୁକା ସାହୁ ନେଇଥିଲେ । ଅନ୍ୟମାଙ୍କ ମଧ୍ୟରେ ଡ.ସୂର୍ୟ୍ୟକାନ୍ତ ମୁଗରୀ,ଫାର୍ମାସିଷ୍ଟ ରୂପଶି ରଣା,ସୁଷମା ମେହେର,ମହେଶ ପଧାନ,ସୁଶାନ୍ତ ମେହେର ସହ ତଥ୍ୟ ଯାଞ୍ଚ ଅଧିକାରୀ ଭାବରେ ମକର୍ଣ୍ଣିକା ଗିରୀ ଭେକ୍ସିନ ଅଫିସର ଦାୟିତ୍ବରେ ସୁନିତା ବାଗ,ରୀନା ଦୀପ ନିରୀକ୍ଷଣ ଦାୟିତ୍ବରେ ରାଜଲକ୍ଷ୍ମୀ ମାଝୀ ରହି କାର୍ୟ୍ୟକ୍ରମର ପରିଚାଳନା କରିଥିଲେ ।