ବଢିବାରେ ଲାଗିଛି ରାଜଧାନୀର ବାୟୁ ପ୍ରଦୂଷଣର ମାତ୍ରା

0

ନୂଆଦିଲ୍ଲୀ: କମିବା ପରିର୍ବତ୍ତେ ଦିନକୁ ଦିନ ବଢିବରେ ଲାଛି ରାଜଧାନୀ ର  ବାୟୁ ପ୍ରଦୂଷଣ  ର ମାତ୍ରା । ରଜଧାନୀ ଦିଲ୍ଲୀର  କିଛି ସ୍ଥାନରେ ଏକ୍ୟୁଆଇ ରେକର୍ଡ ସ୍ତର ୫୦୦ ପାର କରିସାରିଲାଣି । ସ୍ଥିତିକୁ ନଜରରେ ରଖି ନୋଏଡା ଓ ଗୁରୁଗ୍ରାମ୍‌ରେ ଅନ୍‌ଲାଇନ୍ କ୍ଲାସ ପାଇଁ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀ ୟୁନିଭର୍ସିଟି ଓ ଜେଏନ୍‌ୟୁରେ ମଧ୍ୟ ଅନ୍‌ଲାଇନ୍ କ୍ଲାସ କରାଯିବ ।

ଦିଲ୍ଲୀରୁ ପ୍ରଦୂଷଣକୁ ନଜରରେ ରଖି ସରକାରୀ କାର୍ଯ୍ୟାଳୟର ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏମ୍‌ସିଡି କାର୍ଯ୍ୟାଳୟ ସକାଳ ୮ଟା ୩୦ରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ଏହା ସହ ଦିଲ୍ଲୀ ସରକାରଙ୍କ ଅନ୍ୟ ସବୁ କାର୍ଯ୍ୟାଳୟ ସକାଳ ୧୦ଟାରୁ ସଂଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ। ପ୍ରଦୂଷଣକୁ ନଜରରେ ରଖି ସରକାରୀ କାର୍ଯ୍ୟାଳୟ ଅଲଗା ଅଲଗା ସମୟରେ ଖୋଲିବା ଓ ବନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ସବୁ ନିର୍ମାଣ କାର୍ଯ୍ୟ ବନ୍ଦ ଅଛି। ବାହାରୁ ରାଜ୍ୟକୁ ଆସୁଥିବା ଟ୍ରକ ଏଣ୍ଟ୍ରି ଉପରେ ବି ରୋକ ଲାଗିଛି ।  ବିଶେଷଜ୍ଞାଙ୍କ କହିବା ଅନୁସାରେ ଆଉ ଚାରି ପାଞ୍ଚ ଦିନ ଦିଲ୍ଲୀରେ ଏଭଳି ସ୍ଥିତି ଲାଗି ରହିବ।

ସେହିପରି  ଗତକାଲି ଏକ୍ୟୁଆଇ ୪୭୦ ଥିବାବେଳେ ଆଜି ଏକ୍ୟୁଆଇ ୪୯୪ରେ ପହଞ୍ଚିଛି। ଦିଲ୍ଲୀର ଆଲିପୁରରେ ଏକ୍ୟୁଆଇ୫୦୦, ଆନନ୍ଦ ବିହାରରେ ୫୦୦ ଏବଂ ବାୱାନାରେ ୫୦୦ ଥିବା ରେକର୍ଡ ହୋଇଛି । ସେହିପରି ଜାହାଙ୍ଗିରପୁରାରେ ୫୦୦, ଜବାହରଲାଲ ନେହେରୁ ଷ୍ଟାଡିୟମରେ ଏକ୍ୟୁଆଇ ୫୦୦, ଲୋଧି ରୋଡରେ 493, ମେଜର ଧ୍ୟାନ ଚାନ୍ଦ ଜାତୀୟ ଷ୍ଟାଡିୟମରେ ୪୯୯, ମନ୍ଦିର ମାର୍ଗରେ ୫୦୦, ମୁଣ୍ଡକା ୫୦୦ ଏବଂ ନଜଫଗଡରେ ୪୯୧ରେ ପହଞ୍ଚିଛି ଏକ୍ୟୁଆଇ।