ଆପଣ କେବେ ଶୁଣିଛନ୍ତି କି ଲିପଷ୍ଟିକକିୁ ନେଇ କଳି ଥାନାରେ ପହଞ୍ଚି ବାର । ମହିଳାଙ୍କ ଓଠରୁ ଲିପଷ୍ଟିକ ଗାଏବ ହେବା କଥା ଥାନାରେ ପହଞ୍ଚିଛି । କଥାଟି ଶୁଣି ଆଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କଥାଟି କିନ୍ତୁ ସମ୍ପୁର୍ଣ୍ଣ ସତ । ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶରେ । ମହିଳାଙ୍କ ଓଠରୁ ଲିପଷ୍ଟିକ ଗାୟବ ହେବାରୁ ସ୍ୱାମୀ ରାଗିଯାଇଛନ୍ତି । ପରେ ଦୁଇ ଜରଙ୍କ କଳି ଥାନାରେ ପହଞ୍ଚିଥିଲା ।
ସୂଚନା ଅନୁସାରେ ଆଗ୍ରାର ଶହୀଦନଗର ଠାରେ ଦମ୍ପତିଙ୍କ ମଧ୍ୟରେ ଏହି ବିବାଦ ହୋଇଥିଲା । ଯୁବକ ଏକ ଜୋତା ଫ୍ୟାକ୍ଟ୍ରିରେ କାମ କରନ୍ତି । ଉକ୍ତ ଯୁବକ ଜଣକ ୩ମାସ ପୂର୍ବେ ବିବାହ କରଥିଲେ । ନବ ବିବାହିତ ମହିଳା ଥରେ ରାତିରେ ନିଜ ସ୍ୱାମୀଙ୍କ ସାମ୍ନାରେ ଲିପଷ୍ଟିକ ଲଗାଇଥିଲେ । କିନ୍ତୁ ସକାଳୁ ଦେଖିବାରୁ ମହିଳାଙ୍କ ଓଠରେ ଲପଷ୍ଟିକ ନଥିଲା ।ଏକଥା ସ୍ୱାମୀଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲା ଏବଂ ସେ ନିଜ ସ୍ତ୍ରୀ ଉପରେ ସନ୍ଦେହ କରିଥିଲେ । ବିବାଦ ଏତେ ବଢ଼ିଥିଲା ଯେ ମହିଳା ନିଜ ବାପଘରକୁ ପଳାଇଥିଲେ ଏବଂ ସ୍ୱାମୀଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ ।
ପୋଲିସ ଉଭୟ ପକ୍ଷର କାଉନସିଲିଂ କରିବା ସମୟରେ ଯେଉଁ ଘଟଣା ବାହାରକୁ ଆସିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ମହିଳା ଜଣଙ୍କ ପୋଲିସକୁ କହିଥିଲେ ଯେ ସେ ସକାଳୁ ଉଠି ବ୍ରସ କରିବା ପରେ ତାଙ୍କ ଓଠରୁ ଲିପଷ୍ଟିକ୍ ଛାଡ଼ି ଯାଇଥିଲା । ସମ୍ପୂର୍ଣ୍ଣ ଘଟଣା ଜାଣିବା ପରେ ପରିବାର ପରାମର୍ଶ କେନ୍ଦ୍ରର କାଉନସିଲର ଦୁଇ ଜଣଙ୍କୁ ବୁଝାଇଥିଲେ । ପରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା ।
ପରାମର୍ଶ କେନ୍ଦ୍ରର ଜଣେ ଅଧିକାରୀ କହିଛନ୍ତି ଯେ, ଦମ୍ପତିଙ୍କ ମଧ୍ୟରେ ବୁଝାମଣା ହେବା ପରେ ଉଭୟ ସାଙ୍ଗରେ ରହିବା ପାଇଁ ରାଜି ହୋଇଛନ୍ତି । ପରସ୍ପର ମଧ୍ୟରେ ଭୁଲ ବୁଝାମଣା ହୋଇଥିବାରୁ ବିବାଦ ହୋଇଥିଲା । ଦୁଇ ଜଣଙ୍କର ପୁଣି ଥରେ କାଉନସିଲିଂ କରାଯିବ । ମହିଳାଙ୍କ ଉପରେ ସ୍ୱାମୀ ଜଣଙ୍କ ସନ୍ଦେହ କରୁଥିଲେ, ଏହି କାରଣରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା ।