ପ୍ରଥମାଅଷ୍ଟମୀ ପାଇଁ ସ୍ୱତନ୍ତ୍ର ନୀତକାନ୍ତିରେ ପୋଡୁଅଁ ହେବେ ମହାପ୍ରଭୁ

0

ପୁରୀ – ମାର୍ଗଶିର ମାସ ଅଷ୍ଟମୀ ତିଥୀରେ ଆଜି ଶ୍ରୀ ମନ୍ଦିରରେ ପାଳିତ ହେବ ପ୍ରଥମାଷ୍ଟମୀ ନୀତିକାନ୍ତ କରାଯାଉଛି । ମହାପ୍ରଭୁଙ୍କ ଭୋଗ ସରିବା ପରେ ୩ ବାଡରେ ମଇଲମ କରାଯାଇ ପୂଜାପଣ୍ଡା ଦ୍ୱାରା ମହାସ୍ନାନ ନୀତି ଅନୁଷ୍ଠିତ ହେବ । ଏହା ପରେ ପାଳିଆ ପୁଷ୍ପାଳକ ଶ୍ରୀ ବିଗ୍ରହମାନଙ୍କୁ ନୂଆ ଲାଗି କରିବେ । ପୂଜାପଣ୍ଡା , ପତିମହାପାତ୍ର, ମୁଦିରସ୍ତ, ସେବକ ଘଟୁଆରୀ ଚନ୍ଦନ ଘରଠାରୁ ବନ୍ଦନ ବିଜେ କରାଇ ତିନି ବାଡରେ ଆଣି ଲାଗି କରାଇବେ । ଏହାପରେ ବେଶ ଓ ଅଳଙ୍କାରରେ ବିମଣ୍ଡିତ ହୋଇ କର୍ପୁର ଲାଗି ପରେ ପୁଷ୍ପାଳକମାନେ ସିଂହାସନରୁ ଓହ୍ଲାଇ ଆସିବେ । ମଧ୍ୟାହ୍ନ ଧୂପ ଉଠିସାରିବା ପରେ ତିନି ବାଡରେ ମଙ୍ଗଳାର୍ପଣ ନୀତି ହେବା ସହ ଫୁଲୁପୁରିଆ ଖଦି ଓ ଛେଦା ପ୍ରସାଦ ଲାଗି ହୋଇ ବନ୍ଦପନା ହୋଇଥାଏ ।

 

Edit by sanjulata sahoo