ଅଚେତ ଅବସ୍ଥାରେ ଝାଉଁ ବଣରୁ ମହିଳା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଗଣମାଧ୍ୟମ ପ୍ରତିନିଧି

0

ପୁରୀ : ଅଚେତ ଅବସ୍ଥାରେ ଝାଉଁ ବଣରୁ ମହିଳା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଗଣମାଧ୍ୟମ ପ୍ରତିନିଧି । କୋଣାର୍କ ଚନ୍ଦ୍ରଭାଗା ରୋଡ ବତୀଘର ପାଖ ରାସ୍ତା ପାର୍ଶ୍ବରୁ ପର୍ଯ୍ୟଟକ ମହିଳା ଅଚେତ ଅବସ୍ଥାରେ ପଡିଥିବା ବେଳେ ଉଦ୍ଧାର କଲେ ଦୁଇ ଗଣମାଧ୍ୟମ ପ୍ରତିନିଧି । ମହିଳା ଜଣକ ମାନସିକ ଭାରସାମ୍ୟ ହରାଇ ଝାଉଁ ଜଙ୍ଗଲ ପାର୍ଶ୍ବରେ ପଡିଥିବା ବେଳେ କୋଣାର୍କ ବାସିନ୍ଦା ଦୁଇଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ । ଦୁଇ ଗଣମାଧ୍ୟମ ପ୍ରତିନିଧି ଘଟଣା ସ୍ଥାନରେ ପହଞ୍ଚି ମହିଳା ପର୍ଯ୍ୟଟକଙ୍କୁ ପାଣି ପକାଇ ଚେତା ଆଣିବା ପରେ, କୋଣାର୍କ ପୋଲିସ ଜଣାଇଥିଲେ । ଖବର ପାଇଁ କୋଣାର୍କ ପୋଲିସ ମହିଳା ଙ୍କୁ ଚିକିତ୍ସା ପାଇଁ ମେଡିକାଲ କୁ ପଠେଇଛନ୍ତି । ତେବେ ଏପର୍ୟ୍ୟନ୍ତ ମହିଳା ଙ୍କର ପରିଚୟ ମିଳି ପାରିନଥିବା କୁହାଯାଉଛି ।