ବଲାଙ୍ଗୀର ପାଟଣାଗଡ଼/ ଜଗନ୍ନାଥ ଧରୁଆ : ଭୋକିଲା ପେଟର ନିଆଁ ଆଗ ନା ସମିତି ସଭ୍ୟ ପଦବୀ ଆଗ ? ନିଜ ଅଂଚଳ ବାସୀଙ୍କ ଦୁଃଖ ଆଗ ନା ନିଜ ଘରର ଦୁଃଖ ଆଗ ? ନିଜର ବିକାଶ କରିବେ ନା ନିଜ ଅଂଚଳର ବିକାଶ କରିବେ ଏମିତି ଚାରି ଛକରେର ଛିଡା ହୋଇ ଶେଷରେ ପେଟ ଲାଗି ଦାଦନ ଖଟିବାକୁ ଚାଲିଗଲେ କମଲେଶ ସୁନା । ଯିଏ ଜଣେ ବିଜେଡିର ସମିତି ସଭ୍ୟ । ନିଜ ଚାରି ବର୍ଷର ଛୁଆକୁ ଅଜା ଆଇ ପାଖେ ଛାଡି ପେଟ ଚାଖଣ୍ଡକ ପାଇଁ ସେ ବାହାର ରାଜ୍ୟକୁ ନିଜ ସ୍ତ୍ରୀକୁ ନେଇ ଚାଲି ଯାଇଛନ୍ତି । ଏ ଦୁଃଖ ହେଉଛି ବଲାଙ୍ଗୀର ଜିଲ୍ଲା ଟିିଟିଲାଗଡ ବ୍ଲକ୍ ଅନ୍ତଗର୍ତ ସୁର୍ଡା ଗ୍ରାମର । ନିଜ ସମିତି ସଭ୍ୟ ହୋଇ ବି ତାଙ୍କର ଆବାସ ଯୋଜନାରେ ଘରଟିଏ ନାହିଁ । ପ୍ରତ୍ୟେକ ବର୍ଷ ରାଜ୍ୟ ସରକାର ସମାଜର ଅବହେଳିତ ବର୍ଗ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି ସାଧାରଣ ଲୋକଙ୍କୁ ବିଭିନ୍ନ ସ୍ବପ୍ନ ଦେଖାଇଥାନ୍ତି କିନ୍ତୁ ତୃଣମୂଲସ୍ଥରରେ ଏହି ଯୋଜନା କାର୍ୟ୍ୟକାରୀ ବହୁ ଦୂରରେ ! ସରକାରି ଯୋଜନା କେବଳ କିଛି ନେତା ଓ ଠିକାଦାର ମାନଙ୍କ ପାଇଁ ସର୍ବବିଦିତ ଏତେ ଯୋଜନା ପ୍ରଣୟନ ସତ୍ତେ ସାଧାରଣ ଜନତା ସହ ପଞ୍ଚାୟତର ବିକାସ ନେଇ ନିର୍ବାଚିତ ହୋଇଥିବା ଲୋକ ପ୍ରତିନିଧି ମଧ୍ୟ ପେଟ ବିକଳରେ ନିଜ ଭିଟାମାଟି ଛାଡି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଘଟଣା ବୁଦ୍ଧିଜୀବୀ ମହଲକୁ ବ୍ୟଥିତ କରିଛି ! ଏହି ଭଳି ଏକ ଅପ୍ରିୟ ବାସ୍ତବତା ଘଟଣା ଆସିଛି ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସୁର୍ଡା ପଞ୍ଚାୟତରୁ! ସୁର୍ଡା ପଞ୍ଚାୟତର ବିକାଶ ପାଇଁ କମଲେସ ସୁନା ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ସମିତି ସଭ୍ୟ ପଦରେ ନିରଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ ! ହେଲେ ପେଟ ପାଟଣା ପାଇଁ ଭିଟାମାଟି ଛାଡି ନିଜ ପତ୍ନୀଙ୍କ ସହ ଏବେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଚାଲି ଯାଇଛନ୍ତି ! ୪ ବର୍ଷର ଏକମାତ୍ର ପୁତ୍ରକୁ ନିଜ ଶ୍ଵଶୁର ଘରେ ଛାଡି ଯାଇଛନ୍ତି ! ଘରେ କମଲେସଙ୍କ ବୃଦ୍ଧ ପିତା କୈବଲ୍ୟ ସୁନା, ମା ଅଦୂର୍ବା ସୁନା, ପୁଅ ବୋହୁ ଓ ନାତିକୁ ଝୁରି ହେଉଛନ୍ତି ! ଏ ଭଳି ଦୁଇ ମୁଠା ମଧ୍ୟ ସେମାନଙ୍କୁ ମିଲୁ ନାହି !
ଜଣେ ସମିତି ସଭ୍ୟ ଭାବେ ନିଜ ପଞ୍ଚାୟତର ହଜାର ହଜାର ପରିବାରର ଦୁଃଖ ବୁଝିବା କଥା ହେଲେ ପରିସ୍ଥିତି ଯୋଗୁ ନିଜେ ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଛନ୍ତି ! ଗତ ଫେବୃଆରୀ ପଞ୍ଚାୟତ ନିର୍ବାଚନରେ କମଲେସ ଶାସକ ବିଜେଡି ଦଳର ସମର୍ଥିତ ପ୍ରାଥି ହେଇଥିଲେ ! ସେ ପ୍ରାର୍ଥିପତ୍ର ଦାଖଲ କରିବା ପରେ ତାଙ୍କୁ ଅଜଣା ସ୍ଥାନକୁ ନେଇ ମାସେରୁ ଉର୍ଦ୍ଧ୍ବ କାଳ ଗୁପ୍ତ ରଖା ଯାଇଥିଲା ପରେ ସେ ନିରଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ ! ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପରେ ତାଙ୍କୁ ଘରକୁ ଆଣି ଛଡ଼ା ଯାଇଥିଲା ! ତାଙ୍କୁ ତା ପରେ କେହି ପଚାରି ନ ଥିଲେ ଏ ପରି କି ପଲିଥିନ ତଳେ ତାଙ୍କ ପରିବାର ରହୁଛନ୍ତି ! ତାଙ୍କୁ ମଞ୍ଜୁର ହୋଇଥିବା ସରକାରି ଆବାସ ମଧ୍ୟ କାଟି ଦିଆଯାଇଛି ! ଆବାସ ତାଲିକା ପାଇବା ପରେ ଘରର କିଛି ମୂଲ୍ୟବାନ ଜିନିଷ ବନ୍ଧା ପକାଇ ୬୦ ବସ୍ତା ସିମେଣ୍ଟ କିଣି ଥିଲେ ହେଲେ ତାଙ୍କ ଆବାସକୁ କଟା ଯିବା ପରେ କିଣି ଥିବା ସିମେଣ୍ଟ ବେକାର ପଡି ପଥର ହୋଇ ଗଲାଣୀ !
କେବଳ କମଲେଶ କାହିଁକି ତାଙ୍କ ଭଳି ଅନେକ ଅଭାଗା ଅଛନ୍ତି ଯେଉଁମାନେ ନିଜ ଭାଗ୍ୟକୁ ଆଦରି ଏପରି ଦାଦନ ଖଟିବାକୁ ଯାଇଥାନ୍ତି, ହେଲେ ଦାଦନ ତାଙ୍କଭାଗ୍ୟ ପରିବର୍ତନ କରି ପାରେ ନାହିଁ କି ରାଜନୀତି ତାଙ୍କୁ କିଛି ଦେଇ ପାରେ ନାହିଁ ।