ଭିଜିଲାନ୍ସ ହାତରେ ଧାରା ପଡିଲେ ଫିରିଙ୍ଗିଆ ବ୍ଲକର କୋଟିପତି ରାତ୍ର ଜଗୁଆଳି
ମିଉଟେସନ କରିବା ନେଇ ଜଣେ ବ୍ୟକ୍ତିଙ୍କ ପାଖରୁ ନେଉଥିଲେ ଆଠ ହଜାର ଟଙ୍କା
କନ୍ଧମାଳ/ମୃତ୍ୟୁଞ୍ଜୟ ଦିଗାଲ: ଭିଜିଲାନ୍ସ ଜାଲରେ ରାତ୍ର ଜଗୁଆଳି I ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ତହସିଲ କାର୍ଯ୍ୟାଳୟ ରେ I ତହସିଲ କାର୍ଯ୍ୟାଳୟରେ ରାତ୍ର ଜଗୁଆଳି ଭାବରେ କାର୍ଯ୍ୟରତ ଅଜୟ କୁମାର ମଲ୍ଲିକ ନାମକ ଜଣେ ରାତ୍ର ଜଗୁଆଳିଙ୍କୁ ଭିଜିଲାନ୍ସ କାବୁକରିବାରେ ସଫଳ ହୋଇଛି I ତେବେ ସୂଚନା ମୁତାବକ ସମ୍ପୃକ୍ତ ରାତ୍ର ଜଗୁଆଳି ଜଣକ ଫିରିଙ୍ଗିଆ ତହସିଲ ଅନ୍ତର୍ଗତ ପଳାବୃଡି ପଞ୍ଚାୟତ ଅଧୀନରେ ଥିବା ଆପାବିରୁ ଗାଁର ବିଜୁ କହଁର ନାମକ ଜଣେ ବ୍ୟକ୍ତିଙ୍କ ପାଖରୁ ମିଉଟେସନ ଓ ପଟ୍ଟା କରିବା ନାଁରେ ଆଠ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି I
ଅନ୍ୟପଟେ ସମ୍ପୃକ୍ତ ରାତ୍ର ଜଗୁଆଳିଙ୍କ ନାଁରେ ଅନେକ ଦିନ ଧରି ଅଭିଯୋଗ ହୋଇଆସୁଥିବା ବେଳେ ଅପବୀରୁ ଗାଁର ଏହି ବ୍ୟକ୍ତିଙ୍କ ପାଖରୁ ପଟ୍ଟା କରିଦେବା ନାଁରେ ଆଗରୁ ମଧ୍ୟ୍ୟ ୩୫ ହଜାର ଟଙ୍କା ନେଇସାରିଥିବା ବେଳେ ପରେ ଆଉ ଆଠ ହଜାର ଟଙ୍କା ପରେ ଦେବ ବୋଲି କହିଥିଲେ I ଏହାକୁ ନେଇ ସମ୍ପୃକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସର ଦ୍ୱାରସ୍ତ ହୋଇଥିଲେ I ତେବେ ବୁଧବାର ସମ୍ପୃକ୍ତ ରାତ୍ର ଜଗୁଆଳିଙ୍କୁ ଧରିବା ଭିଜିଲାନ୍ସ ଜାଲ ବିଛାଇ ଥିଲା I ପୂର୍ବ ପ୍ରସ୍ତୁତି କ୍ରମେ ସମୃକ୍ତ ବ୍ୟକ୍ତି ଜଣକ ରାତ୍ର ଜଗୁଆଳିଙ୍କୁ ତହସିଲ କାର୍ଯ୍ୟାଳୟ ବାହାରେ ବକେୟା ଆଠ ହଜାର ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ମାଡ଼ିବସିଥିଲା I ତେବେ ଭିଜିଲାନ୍ସ ଡ଼ିଏସପି ହେମନ୍ତ କୁମାର ମହାନ୍ତି ଏବଂ ସୁରେଶ କୁମାର କହଁରଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇ ଥିବା ବେ ଟିମ ଭିଜିଲାନ୍ସ ବିଭାଗର ଅନ୍ୟାନ୍ୟ କର୍ମଚାରୀ ମାନେ ମଧ୍ୟ୍ୟ ସାମିଲ ଥିଲେ I