ପର୍ଯ୍ୟଟନ ବିକାଶ ନେଇ ଉତ୍ତର ରଖିଲେ ପର୍ଯ୍ୟଟନ ମନ୍ତ୍ରୀ
ମେକ୍ ଇନ ଓଡିଶାର ସଫଳତା ପାଇଁ ଉତ୍ତର ରଖିଲେ ପଯ୍ର୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର
ଭୁବନେଶ୍ୱର :ସ୍ୱାଭାବିକ ହେଲା ଗୃହ କାର୍ଯ୍ୟ । ତୃତୀୟ ଦିନରେ ସୁରୁଖୁରୁରେ ଚାଲିଛି ପ୍ରଶ୍ନକାଳ । ପଯ୍ୟଟନ ବିକାଶ ନେଇ ଚାଲିଛି ଆଲୋଚନା । ୨୦୧୬ ଓ ୨୦୧୮ରେ ମେକ୍ ଇନ ଓଡିଶାର ସଫଳତା ପାଇଁ ପୁଣି ୨୦୨୨ରେ ହେଉଛି । ୨୦୧୬ ମେକ୍ ଇନ ଓଡିଶାରେ ସିଙ୍ଗିଲ ଉଇଣ୍ଡୋ କ୍ଲିୟରାନ୍ସ ଜରିଆରେ ୧୨୨ ପର୍ୟ୍ୟଟନ ସ୍ଥଳୀର ବିକାଶ ପାଇଁ ଅନୁମୋଦନ ପାଇଥିଲା । ଏଥିରେ ଫାଇପ ଷ୍ଟାର ହୋଟେଲ, ମୋଟେଲ, ରିସର୍ଟ, ୱାଟର ପାର୍କଏବଂ ହାଉସ ବୋଟ ପରି ସୁବିଦ୍ଧା କରାଯିବ । ଏନେଇ ବିଧାନସଭାରେ ଉତ୍ତର ରଖିଲେ ପର୍ୟ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ମୂଳ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖିଥିଲେ । ବଲାଙ୍ଗୀର ଜିଲ୍ଲାର ରାଣିପୁର ଝରିଆଲର ବିକାଶ ହେଉନଥିବା ଯୋଗୁଁ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏବଂ ସନ୍ତୋଷ ସିଂ ସାଲୁଜା ଅସନ୍ତୋଷ ପ୍ରକାଶ କରିଥିଲେ। ନରସିଂହ କହିଥିଲେ ପୁରୀ ମନ୍ଦିର ଦାଇତ୍ୱ ଏ ଏସ ଆଇ ନେଇ ଥିବା ସତ୍ବେ ରାଜ୍ୟ ସରକାର କୋଟି କୋଟି ଟଙ୍କା ବିକାଶ ପାଇଁ ଖର୍ଚ୍ଚ କରୁଛନ୍ତି । ରାଣୀପୁର ଝରିଆଲର କାହିଁକି ବିକାଶ ହେବ ନାହିଁ ବୋଲି ପ୍ରଶ୍ନ କରିଥିଲେ ।