ଫୁଡ କମିଶନରଙ୍କ ନିଯୁକ୍ତିରେ ପୂର୍ବ ସରକାର ଆଭିମୁଖ୍ୟକୁ ନେଇ ପୋଲ ଖୋଲିଲେ ମନ୍ତ୍ରୀ

0

 ଭୁବନେଶ୍ୱର:  ଫୁଡ କମିଶନରଙ୍କ ନିଯୁକ୍ତିରେ ପୂର୍ବ ସରକାର ଆଭିମୁଖ୍ୟକୁ ନେଇ ପୋଲ ଖୋଲିଲେ ମନ୍ତ୍ରୀ । କହିଛନ୍ତି, ଜ୍ଞାନ ନଥିବା ବ୍ୟକ୍ତିକୁ କମିଶନ ଭାବେ ବସାଇଛନ୍ତି ବିଜେଡି ସରକାର | ଅଣ ଓଡ଼ିଆ ଅଫିସରଙ୍କୁ ଯିଏ ଖୁସି କରି ପାରୁଥିଲା ସେ ବ୍ୟକ୍ତିଙ୍କୁ ବସାଇ ଛନ୍ତି, ଯିଏ ଚୋରା କୋଇଲା ବ୍ୟବସାୟ କରୁଛି, ପାଉଁଶ ଉଠାଣରେ ଲିପ୍ତ ଓ ଏହି ପଦବୀର ଅପବ୍ୟବହାର କରି ଲୁଟିଛନ୍ତି ।

କମିଶନ ଜଣେ ମୁଖ୍ୟ ଶାସନ ସଚିବଙ୍କ କ୍ଷମତା ଅଧିକାରୀ ହୋଇଥାନ୍ତି କିନ୍ତୁ ବିଜେଡି ସରକାର ଏହି ପଦରେ ଜଣେ ଚୋର ,ଡକାୟତ ଓ ଠକକୁ କିପରି ବସାଇଲେ ଏବଂ ଜଣେ ବିଏ ପାସ କରିଥିବା ଲୋକକୁ କେମିତି କମିଶନର ଜାଗାରେ ବସାଇଛନ୍ତି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ ।  ଏତେ ଭଲ ଭଲ ବ୍ୟକ୍ତି କମିଶନ ପାଇଁ ଆବେଦନ କରିଥିଲେ ସୁଦ୍ଧା ତାଙ୍କୁ ବାଦ୍ ଦେଇଥିଲେ ପୂର୍ବ ସରକାର | ମୁଁ ଗୃହକୁ ଆଶ୍ୱସ୍ତି ଦେଉଛି କି ଏକ କମିଟି ବସାଇବି, ତାଙ୍କ ବିରୋଧରେ ଆକ୍ସନ ନେବି|

ସେପଟେ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କାଉଣ୍ଟର କରି କହିଛନ୍ତି, ମନ୍ତ୍ରୀ ମାଲିକ, ଆଜି ସନ୍ଧ୍ୟା ସୁଦ୍ଧା ତାଙ୍କୁ ବାହାର କରିପାରିବେ କି ?