ଭୁବନେଶ୍ୱର: ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗରେ ଲୋକସେବା ଭବନରେ ବସିଥିବା ମନ୍ତ୍ରୀ ସ୍ତରୀୟ ବୈଠକ ଶେଷ । ବୈଠକ ପରେ ପ୍ରତିକ୍ରିୟା ରଖିଲେ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ସେ କହିଛନ୍ତି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼ରେସନର କର୍ମକର୍ତ୍ତାମାନଙ୍କ ସହିତ ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରାଗଲା । ଆଗାମୀ ଦିନରେ ସେମାନଙ୍କ ଦାବି ଗୁଡିକୁ ନିରୀକ୍ଷଣ କରାଯାଇ ଯୋଗ୍ୟ ବିଦ୍ଧିବଦ୍ଧ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଧେଶ ଦିଆଗଲା ଏବଂ ବିକ୍ରମ କେଶରୀ ଆରୁଖ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼ରେସନର କର୍ମକର୍ତ୍ତାଙ୍କୁ ଅନୁରୋଧ କରି କହିଛନ୍ତି କି ସରକାର ସେମାନଙ୍କ ଦାବି ଗୁଡିକୁ ହୃଦୟତାର ସହ ବିଚାର କରୁଛନ୍ତି । ଶିକ୍ଷକ ଯେଉଁ ଆନ୍ଦୋଳନ ପ୍ରନ୍ଥାକୁ ଗ୍ରହଣ କରିଛନ୍ତି ତାକୁ ପ୍ରତିହାର କରିନେବା ପାଇଁ ବିକ୍ରମ କେଶରୀ ଆରୁଖ ଅନୁରୋଧ କରିଛନ୍ତି ।