ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ମୋବାଇଲ ବ୍ୟାଟେରୀ ଫାଟି ଜଣେ ନାବାଳକ ଗୁରୁତର। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ଜଣଙ୍କ ଗରଡ଼ିହି ପଞ୍ଚାୟତ ଅଧୀନ ଚେକାମରା ଗାଁର ଟୁନା ସିଂଙ୍କ ପୁଅ ଚନ୍ଦ୍ରକାନ୍ତ, ତାଙ୍କ ବୟସ ମାତ୍ର ୭ ବର୍ଷ । ସେ ଗୋଟିଏ ମୋବାଇଲ ବ୍ୟାଟେରୀକୁ ଧରି ଖେଳୁଥିବା ସମୟରେ ହଠାତ୍ ମୋବାଇଲଟି ଫାଟିଯାଇଥିଲା, ଫଳରେ ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ଡାହାଣ ହାତ ପାପୁଲିଟି ନଷ୍ଟ ହୋଇଥିବା ବେଳେ ଛାତି ଓ ପେଟ ପୋଡି ଯାଇଥିବା ଜଣା ପଡିଛି । ଅସ୍ତ୍ରୋପଚାରର ଆବଶ୍ୟକତା ରହିଛି ବୋଲି ଡାକ୍ତର କହିଛନ୍ତି । କିନ୍ତୁ ନାବାଳକ ଜଣଙ୍କ ବହୁତ ଗରିବ ଶ୍ରେଣୀର ହୋଇଥିବାରୁ ହାତର ଅସ୍ତ୍ରୋପଚାର ଏବେ ସମ୍ଭବପର ନୁହେଁ ବୋଲି ପରିବାର ଲୋକେ କହୁଛନ୍ତି ।