ମାନସିକ ଅବସାଦରୁ ଚରମ ନିଷ୍ପତି! ଏକା ସଙ୍ଗେ ଝୁଲି ପଡ଼ିଲେ ମାଆ ପୁଅ

0

ସମ୍ବଲପୁର: ଘର ଭିତରୁ ମାଆ ପୁଅଙ୍କ ଝୁଲନ୍ତା ମୃତଦେହ ଠାବ । ସମ୍ବଲପୁର ଅନୁଗୁଳିଆପଡାରେ ମାଆ ପୁଅଙ୍କ ସନ୍ଦେହ ଜନକ ମୃତ୍ୟୁ । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ମାଆ ହେଲେ ଜୌସ୍ନାରାଣୀ ଏବଂ ତାଙ୍କ ପୁଅ ସୁଧିର ପଣ୍ଡା । ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବାରୁ ପୁଲିସକୁ ଜଣାଇଥିଲେ ସ୍ଥାନୀୟ ଲୋକେ । ଘଟଣା ସ୍ଥଳରେ ଅଇଁଠାପାଲି ଥାନା ପୁଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତ୍ୟୁର କାରଣ ଅସ୍ଫଷ୍ଟ ଥିବା ବେଳେ ପାରିପାଶ୍ୱର୍ିକ ସ୍ଥିତିରୁ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ପୁଲିସ ସନ୍ଦେହ କରୁଛି ।
ତେବେ ମିଳିଥିବା ସୂଚନା ଅନୁସାରେ ମୃତ ସୁଧିର ବିବାହିତ ଥିଲେ ଏବଂ ତାଙ୍କର ଏକ ଶିଶୁ କନ୍ୟା ମଧ୍ୟ ଥିଲା । ତାଙ୍କ ପତ୍ନୀ ବାପଘରକୁ ଯାଇଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ପରିବାରର ସାନ ପୁଅଙ୍କର ଅକାଳ ବିୟୋଗ ପରେ ଅବସାଦ ଥିବା ଜଣାପଡିଛି । ମାନସିକ ଅବସାଦରୁ ଏପରି ଚରମ ନିଷ୍ପତି ନେଇଥିବା କହିଛନ୍ତି ସ୍ଥାନୀୟ ଲୋକେ । ତେବେ ସମ୍ପୂର୍ଣ୍ଣ ତଦନ୍ତ ପରେ ଘଟଣାର କାରଣ ଜଣାପଡିବ ବୋଲି ପୁଲିସ ସୂଚନା ଦେଇଛି ।