ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ ଭି ୭୯ ଥାନାରେ ଜ୍ୱାଇଁ ନାମରେ ଏତଲା ଦେଲେ ଶାଶୁ।ସୂଚନା ମୁତାବକ ଏମ ଭି ୮୨ ଗ୍ରାମର ଅମିତ ବିଶ୍ୱାସ (୨୮)ପଡୋଶୀ ରାଜ୍ୟ ଅନ୍ଦ୍ରାପ୍ରଦେଶ ରେ କାମ କରିବା ପାଇଁ ଯିବ କହି ତା ଶଶୁର ଘରୁ ଶାଳୀ କୁ ଆଣିଥିଲା। ଘରେ ଆଣିବା ପରେ ତାକୁ ବୁଲାଇ ନେବ କହି ପାଖରେ ଥିବା ନଦୀକୁ ନେଇଯାଇଥିଲା। ସେଠାରେ ତା ସହିତ ଦୁଷ୍କର୍ମ କରିଥିଲା ଏବଂ ଏହି କଥା କାହାକୁ କହିବାକୁ ମନା କରିଥିଲା। ତେବେ କିଛି ମାସ ପରେ ତା ଶାଳୀ ର ଦେହ ଅସୁସ୍ଥ ହେବାରୁ ମେଡିକାଲ କୁ ନେଇଥିଲେ ସେଠାରେ ସେ ଗର୍ଭବତୀ ଥିବା ଡାକ୍ତର କହିଥିଲେ। ଏହା ଶୁଣିବା ପରେ ତା ଶାଶୁ ଏମ ଭି ୭୯ଥାନାରେ ଲିଖିତ ଅଭିଯୋଗ ପରେ ଏମ ଭି ୭୯ପୋଲିସ ଅଭିଯୁକ୍ତ କୁ ଗିରଫ କରି case n -୧୪୮/୨୪ ରେ ମାମଲା ରୁଜୁ କରି କୋଟ ଚାଲାଣ କରିଛି।