ଏଣିକି କେବଳ ଦେଶର ନାଁ ରହିବ ଭାରତ

ବିରୋଧୀ ଦଳଙ୍କ ମେଣ୍ଟର ନାମ ଇଣ୍ଡିଆ ରଖାଯିବା ପରେ ଡରିଯାଇଛନ୍ତି ମୋଦୀ ସରକାର : ବିରୋଧୀ

0

ନୂଆଦିଲ୍ଲୀ : ଏଣିକି କେବଳ ଦେଶର ନାଁ ରହିବ ଭାରତ | ଦେଶର ନାମ ୨୦୨୪ ପୂର୍ବରୁ ଭାରତ ହୋଇଯିବ । ଇଂରାଜୀ ନାଁ ‘ଇଣ୍ଡିଆ’ ହଟାଇବାକୁ ମୋଦୀ ସରକାରଙ୍କ ଯୋଜନା | ଇଣ୍ଡିଆ ସ୍ଥାନରେ କେବଳ ଭାରତ ଲେଖାଯିବ । ଜି-୨୦ ଅବସରରେ ରାତ୍ରି ଭୋଜନ ପାଇଁ ରାଷ୍ଟ୍ରପତିଙ୍କ ପକ୍ଷରୁ ଦିଆଯାଇଥିବା ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି । ବିରୋଧୀ କହିଛନ୍ତି, ବିରୋଧୀ ଦଳଙ୍କ ମେଣ୍ଟର ନାମ ଇଣ୍ଡିଆ ରଖାଯିବା ପରେ ଡରିଯାଇଛନ୍ତି ମୋଦୀ ସରକାର । ତେଣୁ ଇଣ୍ଡିଆ ବଦଳରେ ଏବେ ଭାରତ ଲେଖିବା ଆରମ୍ଭ କରିଛନ୍ତି ।