କଟକ : ସିଲଭର ସିଟିରେ ନେତାଜୀ ବସ ଟର୍ମିନାଲ ଲୋକାର୍ପିତ | ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ନୂଆ ବସଷ୍ଟାଣ୍ଡରୁ ପୁରୀକୁ ଗଡିଲା ପ୍ରଥମ ବସ୍ | ଆଜି ଅପରାହ୍ଣ ୪ଟା ୫୦ରେ ଉଦଘାଟିତ ହୋଇଇଛି ଏହି ବସ ଟର୍ମିନାଲ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲକୁ ଉଦଘାଟନ କରିଛନ୍ତି। ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ |
୯୦ କୋଟିରୁ ଅଧିକ ଟଙ୍କାର ବ୍ୟୟରେ ବସ୍ ଟର୍ମିନାଲ ନିର୍ମିତ | ଉଦ୍ଘାଟନ କରିବା ପରେ ସେ ବସ୍ ଟର୍ମିନାଲ ବୁଲି ଦେଖିଛନ୍ତି। କଟକ ସନସାଇନ ପଡ଼ିଆ ଠାରେ ହେଲିପ୍ୟାଡ଼ରେ ଅବତରଣ କଲା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବସ୍ ଟର୍ମିନାଲରେ ପହଞ୍ଚି ଥିଲେ। ଏହି ଅବସରରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ୫ଟି ସଚିବ ଭିକେ ପାଣ୍ଡିଆନ୍, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ପ୍ରମୁଖ ଉପସ୍ଥିତ ଥିଲେ। ଉଦଘାଟନ ପରେ ପ୍ରଥମ ବସ ଗଡ଼ିଥିଲା କଟକରୁ ପୁରୀକୁ।
ଏଠାରେ ୧୯୨ ଟି ବସର ରହଣି ଓ ଯାତାୟାତ ସାଙ୍ଗକୁ ଯାତ୍ରୀଙ୍କ ପାଇଁ ପ୍ରତୀକ୍ଷାଳୟ, ବିଶ୍ରାମ କକ୍ଷ, ଆହାର କେନ୍ଦ୍ର, ହାଇଜେନିକ ଷ୍ଟଲ୍, ପୁରୁଷ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଟିକେଟ କାଉଣ୍ଟରର ସୁବିଧା ରହିଛି । ଇଲୋକ୍ଟ୍ରୋନିକ ସୂଚନା ବ୍ୟବସ୍ଥା ମଧ୍ୟ କରାଯାଇଛି । ସିସିଟିଭି ସହ ଟର୍ମିନାଲ ମଧ୍ୟରେ ଏକ ପୋଲିସ ଆଉଟ ପୋଷ୍ଟ ଯାତ୍ରୀଙ୍କ ସୁରକ୍ଷା ପାଇଁ ରହିବ । ଟର୍ମିନାଲରେ ମିଶନ ଶକ୍ତି କାଫେ, ଆହାର କେନ୍ଦ୍ର, ଏଟିଏମ୍ ,ମୋବାଇଲ ଚାର୍ଜିଂ ପଏଣ୍ଟ ଭଳି ସୁବିଧା ରହିଛି ।