ନୂଆ ସରକାରଙ୍କ ନୂଆ ନୀତି : ଜନତାଙ୍କ ଅଭିଯୋଗ ଶୁଣାଣୀ

0

(ପରଜଙ୍ଗ : ସୁଜିତ୍ ଦଳ ବେହେରା ) ସ୍ଥାନେ ସ୍ଥାନେ ସେହି ଗୋଟିଏ ଖବର । ସରକାର ଶୁଣୁଛନ୍ତି ଜନତାଙ୍କ ଅଭିଯୋଗ । ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ବ୍ଲକର ନିର୍ଦ୍ଧାରିତ ପଞ୍ଚାୟତରେ ପ୍ରତି ସୋମବାର ପଲ୍ଲୀରେ ପ୍ରଶାସନ ପକ୍ଷରୁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ କଙ୍କଡା ଶୋଡା ପଞ୍ଚାୟତ ସ୍ତରରେ ଅଭିଯୋଗ ଶୁଣାଣୀ ହୋଇଯାଇଛି । ତେବେ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇ ଆପତ୍ତି ଅଭିଯୋଗ ଶୁଣିବା ସହ ସରକାରୀ ଯୋଜନା ସଫଳ ରୂପାୟନ, ଆବାସ ଗୃହ, ଭତ୍ତା ଭଳି ବିଭିନ୍ନ ପ୍ରକାର ସରକାରୀ ସୁବିଧା ସୁଯୋଗ ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ କରାଯାଉଛି । ବିଡିଓ ସଞ୍ଜୟ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ, ପରଜଙ୍ଗ ତହସିଲଦାର ମଦନ ମୋହନ ଜେନା ଓ କଙ୍କଡା ଶୋଡା ସରପଞ୍ଚ ଭାରତୀ ସିଂ ୬୯ ଜଣଙ୍କୁ ସରକାରୀ ଜମି ପଟ୍ଟା ପ୍ରଦାନ କରିଥିଲେ । ଏଠାରେ ପଞ୍ଚାୟତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।