ରୂପ ବଦଳାଉଛି କରୋନାର ନୂଆ ଭ୍ୟାରିଏଣ୍ଟ XBB୧.୧୬, ମାତ୍ରାଧିକ ସଂକ୍ରାମକ ହେଲାଣି

0

ନୂଆ ଦୀଲ୍ଲି: ନୂଆ କରି ଠାବ ହୋଇଥିବା କରୋନା ଭାଇରସ୍ର ଭ୍ୟାରିଏଣ୍ଟ XBB.୧.୧୬ ଏବେ ନିଜର ରୂପ ବଦଳାଇବାରେ ଲାଗିଛି । ଏହାର ଏବେ ସବ୍ ଟାଇପ୍ XBB.୧.୧୬.୧ ଲୋକଙ୍କୁ ଅଧିକ ସଂକ୍ରମିତ କରୁଛି । ଏହା ସହ ଏହି ଭ୍ୟାରିଏଣ୍ଟ ଧୀରେ ଧୀରେ ଅଧିକ ସଂକ୍ରାମକ ଓ ଉଗ୍ର ହେବାରେ ଲାଗିଛି । ଫଳରେ କେବଳ ଓଡିଶାରେ ଚିହ୍ନଟ ହେଲେଣି ନୂଆ ୧୧୩ ଜଣ ରୋଗୀ । ଏହି ଭ୍ୟାରିଏଣ୍ଟ ଦ୍ୱାରା ଦେଶର ମହାରାଷ୍ଟ୍ର ଓ ଗୁଜୁରାଟରେ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି । XBB ହେଉଛି ଓମିକ୍ରନ୍ ଭ୍ୟାରିଏଣ୍ଟର ଗୋଟିଏ ସବ୍ ଟାଇପ ଉପ ବିଭାଗ । ଏହା ପରବର୍ତୀ ଅବସ୍ଥାରେ ମ୍ୟୁଟେସନ୍ ବା ପରିବର୍ତନ ହୋଇ ନୂଆ ରୂରପ ଧାରଣ କରିବାରେ ଲାଗିଛି । ୧୫ ମାସରେ କେବଳଭାରତରୁ ଓମିକ୍ରନର ୪ ଶହରୁ ଅଧିକ ନୂଆ ରୂପ ଠାବ ହୋଇଛି । ତେବେ ଏହି XBB.୧.୧୬.୧ ସବୁଠାରୁ ଅଧିକ ସଂକ୍ରାମକ । ତେବେ ଏହା ଘାତକ ବୋଲି ସ୍ପଷ୍ଟ ହୋଇନି । ଏହା ମଧ୍ୟରୁ ୯୦ ପ୍ରତିଶତ କେବଳ XBB କ୍ୟାଟାଗୋରୀର । INSACOG କପୋର୍ଟାଲରେ ବର୍ତମାନ ସୁଦ୍ଧା ଏହି ନୂତନ ଭ୍ୟାରିଏଣ୍ଟକୁ ସାମିଲ କରା ଯାଇନାହିଁ । କିନ୍ତୁ ଏବି ଉପ ବିଭାଗ ଭାଇରସନ୍ ବାରତରେ ଚିହ୍ନଟ ହେବା ପରେ ୧୧୩ ଜଣଙ୍କୁ ସଂକ୍ରମିତ କରି ସାରିଲାଣି । ଏହି ନୂଆ ଭ୍ୟାରିଏଣ୍ଟ କେତେ ଘାତକ, ଏହାକୁ ରୋଗୀକୁ କେତେ ଗୁରୁତର କରୁଛି , ଏହାର ପ୍ରମାଣ ସ୍ୱାସ୍ଥ୍ୟ ବିଶେ ଷ ଜ୍ଞ ମାନେ ଢାବ କରି ପାରି ନାହାନ୍ତି, ତେବେ ମେକିକାଲ ଏକ୍ସପର୍ଟଙ୍କ ମତ ଓମିକ୍ରନ୍ ଏବେ ଅତି ଦୁବର୍କଳ ହୋଇ ଗଲାଣି । ଏହାର ଯେତେ ଭ୍ୟାରିଏଣ୍ଟ ଆସିଲେ ବି ଏହା ଡେଲଟା ଭଳି ଘାତକ ହେବ ନାହିଁ, କେବଳ ସଂକ୍ରମଣ କରିପାରେ । ତେଣୁ XBB.୧.୧୬.୧ ଉପରେ ଅଧିକ ଗବେଷଣା ଆବଶ୍ୟକ ।