ରାହୁଲଙ୍କ ମାନହାନୀ ମାମଲାରେ ପରବର୍ତ୍ତୀ ଶୁଣାଣି ୧୩ରେ

0

ନୂଆଦିଲ୍ଲୀ: ତଳ କୋର୍ଟଙ୍କ ନିଷ୍ପତ୍ତିକୁ ସୁରଟ ଅଧିବେଶନ କୋର୍ଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚ୍ୟାଲେଞ୍ଜ କରିଛନ୍ତି। ସୋମବାର ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ବର୍ତ୍ତମାନ ପରବର୍ତ୍ତୀ ଶୁଣାଣି ୧୩ ଏପ୍ରିଲରେ ହେବ। ପରବର୍ତ୍ତୀ ଶୁଣାଣିରେ ରାହୁଲ ଗାନ୍ଧୀ ଉପସ୍ଥିତ ରହିବା ଜରୁରୀ ନୁହେଁ ବୋଲି କୋର୍ଟ କହିଛନ୍ତି। ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନୀ ମାମଲାରେ ପ୍ରତିବାଦୀମାନଙ୍କୁ ଏପ୍ରିଲ ୧୦ ସୁଦ୍ଧା ଜବାବ ଦାଖଲ କରିବାକୁ ସୁରଟ କୋର୍ଟ କହିଛନ୍ତି। ରାହୁଲ ଗାନ୍ଧୀ ମଧ୍ୟ ଶୁଣାଣି ପାଇଁ ସୁରଟ କୋର୍ଟରେ ପହଞ୍ଚିଥିଲେ। ରାହୁଲ ଗାନ୍ଧୀଙ୍କ ସହ ତାଙ୍କ ଭଉଣୀ ତଥା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ର ମଧ୍ୟ ସୁରଟରେ ପହଞ୍ଚିଥିଲେ। ଏହା ସହିତ କଂଗ୍ରେସ ଶାସିତ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଦଳର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଗୁଜରାଟରେ ପହପହଞ୍ଚିଥିଲେ ଜ୍ଝ ମୋଦୀଙ୍କ ଉପନାମ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ବିରୋଧରେ ଅପରାଧିକ ମାନହାନି ମକଦ୍ଦମା ଦାୟର କରାଯାଇଥିଲା ଏନେଇ ମାର୍ଚ୍ଚ ୨୩ ରେ, ସୁରଟର ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ୍ ଏଚ୍ ଏଚ୍ ଭର୍ମା ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ।
ଦଣ୍ଡ ପରେ ସଂସଦର ସଦସ୍ୟତା ବାତିଲ କରାଯାଇଥିଲା
ତେବେ ସେହି ଦିନ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଥିଲେ ଏବଂ ତାଙ୍କ ଦଣ୍ଡର ନିଷ୍ପତ୍ତିକୁ ୩୦ ଦିନ ପର୍ୟ୍ୟନ୍ତ ସ୍ଥଗିତ ରଖିଥିଲେ, ଯାହାଫଳରେ ସେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିପାରିବେ। ସୁରଟ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ଲୋକସଭା ସଚିବାଳୟ ୨୪ ମାର୍ଚ୍ଚରେ ରାହୁଲ ଗାନ୍ଧୀଙ୍କୁ ସଂସଦର ସଦସ୍ୟତାରୁ ଅଯୋଗ୍ୟ ଘୋଷଣା କରିଥିଲେ। ରାହୁଲ ଗାନ୍ଧୀ ଜାମିନ ପାଇଛନ୍ତି,