ଭୂକମ୍ପରେ ଥରିଲା ନିକୋବର ଦ୍ୱୀପପୂଞ୍ଜ

0

ନୂଆଦିଲ୍ଲୀ: ଭୂକମ୍ପରେ ଥରୁଛି ସାରା ବିଶ୍ୱ । ଯାଉଛି ଅନେକ ଜୀବନ । ନିମୀସକେ ମାଟିରେ ମିଶି ଯାଉଛି ଅନେକ ବିରାଟ ଅଟାଳିକା । ଥମିବାର ନା ନେଉନି ଏହି ପ୍ରାକୃ୍ତିକ ବିପର୍ଯ୍ୟୟ । ଆଜି ସକାଳ ୫ଟା ୭ମିନିଟରେ ପୁଣି ନିକୋବର ଦ୍ୱୀପପୂଞ୍ଜରେ କରାଳ ରୂପ ଦେଖାଇଛି ଭୂକମ୍ପ । ଭୂକମ୍ପର ଉତ୍ପତିସ୍ଥଳ ନିକୋବର ଦ୍ୱୀପର ୧୦ କିଲୋମିଟର ଗଭୀରରେ ରହିଥିବା ବେଳେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ ରେକର୍ଡ କରାଯାଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରପକ୍ଷରୁ ସୂଚନା ଦିଆଯାଇଛି । ଗତ କିଛି ଦିନ ପୂର୍ବରୁ ର୍ତ୍ତୁକି ଭୂକମ୍ପରେ ୫୦ ହଜାରରୁ ଅଧିକ ଜୀବନ ଅକାଳରେ ଯାଇଥିବା ବେଳେ ଭଗ୍ନାବ ଶେଷେ ତଳେ ଅନେକ ଜୀବନ ମଧ୍ୟ ଏବେବି ଫଶି ରହିଛି । ପରେ ଚୀନ ସିମାନ୍ତରେ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏବେ ଭାରତକୁ ମଧ୍ୟ ଭୂକମ୍ପର ଭୟ ଡରାଇବାକୁ ଲାଗିଲାଣି ।