ଭୁବନେଶ୍ୱର: ଖସିଲା ପାରଦ ବଢିଲା ଶୀତ । ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ ରାତିର ତାପମାତ୍ରା । ତେଣୁ ଶୀତ ଆହୁରି ବଢିବ ବୋଲି କୁହାଯାଉଛି । ଉପକୂଳ ଓଡିଶାରେ ରାତିରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିବ ବୋଲି ଅନୁମାନ କରାଯାଉଛି । ସେହିପରି ଆଭ୍ୟନ୍ତରୀଣ ଓଡିଶାରେ ୧୦ ଡିଗ୍ରୀ ତଳେ ରହିବ ତାପମାତ୍ରା ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଆଭ୍ୟନ୍ତରୀଣ ଓ ଦକ୍ଷିଶ ଓଡିଶାରେ ଘନ କୁହୁଡି ଦେଖାଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେପଟେ ପଶ୍ଚିମ ଝଡ ହେବା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ଅନୁମାନ କରିଥିବା କୁହାଯାଉଛି ।