କଟକ: ଗତ ଦୁଇ ବର୍ଷ ଧରି ରଜ ପାଳନରେ ଫିକା ପଡିଥିଲା ସାରା ଓଡିଶା । ହେଲେ ଚଳିତ ବର୍ଷ ପାଗ ଯଦି ଟିକେ ଶୁଖିଲା ରହେ ତେବେ ରଜ ତିନିଦିନ ବେଶ୍ ଧୁମଧାମରେ ପାଳିବେ ସହରବାସୀ । ହାତରେ ମେହେନ୍ଦି। ଆଉ ପାଦରେ ଅଳତା,ହାତରେ ନେଲପଲିସ୍। ଇଏ ହେଉଛି ଓଡିଶାର ଗଣପର୍ବ ରଜର ପୁର୍ବ ପ୍ରସ୍ତୁତି। ଆଜି ସଜବାଜ ହୋଇ ଆସନ୍ତାକାଲି ପହିଲି ରଜକୁ ପାଳିବ ସାରା ରାଜ୍ୟ। ଖାସ୍ ଏଥିପାଇଁ କଟକରେ ଥିବା ବସ୍ତିମାନଙ୍କରେ ରଜକୁ କିପରି ପାଳୁଛନ୍ତି ଦେଖିବା। ରାତି ପାହିଲେ ପହିଲି ରଜ।
ଆଉ ଇଏ ହେଉଛି ନୂଆପଡା ମଙ୍ଗଳା ବସ୍ତି। ଯେଉଁଠି କି ବସ୍ତିର ଛୋଟ ଛୋଟ ପିଲାମାନଙ୍କ ସହ ରଜକୁ ପାଳିଛି ସ୍ଵେଚ୍ଛାସେବୀ ସଙ୍ଗଠନ ନୋ ଟିୟର୍ସ୍ ଫାଉଣ୍ଡେସନ। ବସ୍ତିର ଛୋଟ ଝିଅମାନଙ୍କୁ ସଜବାଜ କରି ଦୋଳି ଖେଳାଇ ପୋଡପିଠା ଖୁଆଇ ଏମାନଙ୍କ ମୁଁହରେ ହସ ଫୁଟାଇଛନ୍ତି ସଙ୍ଗଠନର ସଦସ୍ୟ ମାନେ। ଖାଲି ସେତିକି ନୁହେଁ ବଂର ରଜ ପାଇଁ ନୂଆ ବସ୍ତ୍ର ପରିଧାନ କରାଇ ସମସ୍ତଙ୍କ ସହ ଖୁସି ବାଣ୍ଟିଛନ୍ତି ସଙ୍ଗଠନ। ତେବେ ବସ୍ତିର ରହୁଥିବା ପିଲାମାନଙ୍କର ଅଭିଭାବକ ମାନେ ପ୍ରତ୍ୟେକ ଦିନ କର୍ମକ୍ଷେତ୍ର କୁ ଯାଆନ୍ତି।
ଅର୍ଥଭାବରୁ କୌଣସି ପର୍ବପର୍ବାଣି ପାଳିବା ପାଇଁ ବଞ୍ଚିତ ହୋଇଥାନ୍ତି ଏମାନେ। ହେଲେ କଟକରେ କିଛି ନା କିଛି ସ୍ୱଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଦ୍ୱାରା ଏମାନେ ବିଭିନ୍ନ ପର୍ବରେ ସାମିଲ୍ ହେବା ପାଇଁ ସୁଯୋଗ ପାଇଥାନ୍ତି। ଏହି ସମସ୍ୟାକୁ ଆଖିରେ ରଖି ଏମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ସଙ୍ଗଠନ ପକ୍ଷରୁ ଏକ ଭିନ୍ନ ପ୍ରୟାସ କରାଯାଇଛି। ଅଳତା,ମେହେନ୍ଦି ଆଉ ତାହା ସାଙ୍ଗକୁ ପୋଡପିଠା, ସୁସ୍ବାଦୁ ରଜ ପାନ , ନୂତନ ପୋଷାକ ଏବଂ ଦୋଳି ଖେଳାଇ ଢେର୍ ଖୁସି ଜାହିର କରିଛନ୍ତି ସଙ୍ଗଠନ ର ସଦସ୍ୟ ସଦସ୍ୟାମାନେ।