ନୂଆଦିଲ୍ଲୀ : ସାହିତ୍ୟ ପାଇଁ ଘୋଷଣା ହୋଇଛି ନୋବେଲ ପୁରଷ୍କାର । ଅବଦୁଲ ରଜାକ ଗୁରନାହା ପାଇବେ ସାହିତ୍ୟ ପାଇଁ ନୋବେଲ ପୁରଷ୍କାର । ଅବଦୁଲ ତାଞ୍ଜାନିଆ ଜନ୍ମ ଗ୍ରହଣ କରିଥିଲେ । କିନ୍ତୁ ସେ ବ୍ରିଟେନରେ ରୁହନ୍ତି ।
୧୯୯୪ରେ ତାଙ୍କର ଉପନ୍ୟାସ ପାରାଡାଇଜ୍ ପ୍ରକାଶିତ ହୋଇ ଥିଲା ଯାହା ପରେ ଏହି ଉପନ୍ୟାସ ଲୋକପ୍ରିୟ ହୋଇଥିଲା । ପ୍ରଥମ ବିଶ୍ବଯୁଦ୍ଧ କାଳରେ ପୂର୍ବ ଆଫ୍ରିକାର ପରିସ୍ଥିତି ସମ୍ପର୍କରେ ଏହି ଉପନ୍ୟାସଟି ପର୍ୟ୍ୟବେଶିତ ଥିଲା ।
ପ୍ରତିବର୍ଷ ସ୍ବିଡେନର ଷ୍ଟକହୋମସ୍ଥିତ ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସ ପକ୍ଷରୁ ନୋବେଲ ପୁରସ୍କାର ଦିଆଯାଇଥାଏ । ବୈଜ୍ଞାନିକ ଆଲଫ୍ରେଡ ନୋବେଲଙ୍କ ଇଚ୍ଛାପତ୍ର ଅନୁସାରେ ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା । ଗତ ୧୨୦ ବର୍ଷରେ ଏପର୍ୟ୍ୟନ୍ତ ମୋଟ ୧୧୮ ଜଣ ବ୍ୟକ୍ତି ସାହିତ୍ୟରେ ନୋବେଲ ପୁରସ୍କାର ପାଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୬ ଜଣ ମହିଳା ଅଛନ୍ତି ।