ଭିତରକନିକାରେ ବଢିଛି ପକ୍ଷୀ ଓ କୁମ୍ଭୀରଙ୍କ ସଂଖ୍ୟା

0

ରାଜନଗର: ଶେଷ ହୋଇଛି ଭିତର କନିକାରେ ଚାଲିଥିବା ପକ୍ଷୀ ଓ ବଉଳା କୁମ୍ଭିର ଗଣନା କାର୍ଯ୍ୟକ୍ରମ । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଭିତର କନିକାରେ ବିଦେଶାଗତ ପକ୍ଷୀ ଓ ବଉଳା କୁମ୍ଭୀରଙ୍କ ସଂଖ୍ୟା ବଢିଥିବା କୁହାଯାଉଛି । କେନ୍ଦ୍ରପଡା ଜିଲ୍ଲା ରାଜନଗର ବନଖଣ୍ଡରେ ଚଳିତ ମାସ ୬ ତାରିଖ ଦିନ ଠାରୁ ବିଦେଶାଗତ ପକ୍ଷୀ ଗଣନା କରାଯାଇଥିôଲା । ତେବେ ଏହି ଗଣନା କାର୍ଯ୍ୟକ୍ରମରେ ୧୮ଟି ଟିମ ନିୟୋଜିତ ଥିବା ବେଳେ ସକାଳ ୫ଟାରୁ ଦିନ ୨ ଟାପର୍ଯ୍ୟନ୍ତ ପକ୍ଷୀ ଗଣନା କରାଯାଉଥିଲା । ତେବେ ଚଳିତ ବର୍ଷ ୧୨୧ ପ୍ରଜାତିର ୧ଲକ୍ଷ ୫୧ ହଜାର ୪୨୧ ଟି ପକ୍ଷୀ ଗଣନା କରାଯାଇଥିବା ବେଳେ ଗତବର୍ଷ ଚଳିତବର୍ଷ ପ୍ରଜାତି ସଂଖ୍ୟା କମିଥିବା ବେଳେ ପକ୍ଷୀ ସଂଖ୍ୟା ୧୧,୪୬୨ ଟି ବୃଦ୍ଧି ପାଇଥିବା କୁହାଯାଉଛି ।
ସେହିପରି ଚଳିତ ବର୍ଷର ଶେଷ ହୋଇଛି ଭିତର କନିକାରେ ବଉଳା କୁମ୍ଭୀର ଗଣନା । ବିଶିଷ୍ଟ ପ୍ରାଣୀ ବିଜ୍ଞାନୀ ଡଃ ସୁଧାକର କରଙ୍କ ନେତୃତ୍ୱରେ ଚଳିତ ମାସତିନି ଦିନ ଧରି କୁମ୍ଭୀର ଗଣନା ଅନୁଷ୍ଠିତ ହୋଇଥିଲା । ତେବେ ଚଳିତ ବର୍ଷ ୧୮୧୧ଟି କୁମ୍ଭୀର ଗଣନା କରାଯାଇଥିବା ବେଳେ ଗତବର୍ଷ ତୁଳନାରେ ୧୮ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଥିବା କୁହାଯାଉଛି । କୁମ୍ଭୀର ଓ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଥିବାରୁ ପରିବେଶବିତ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।