ଦିଲ୍ଲୀ:୧୩୦୦ କୋଟି ଟଙ୍କାର କୋଇଲା ଦୁର୍ନୀତି ମାମଲାରେ ଏବେ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀଙ୍କ ପାଇଁ ଅଡୁଆ ବଢିଛି । ଅଭିଷେକଙ୍କ ଘରେ ସବିଆଇର ଏକ ଟିମ୍ ପହଂଚି ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ଜେରା କରୁଛି । ଏହି ମାମଲାର ତଦନ୍ତ ବେଳେ ଏଥିରୁ ଏକ ବଡ ଭାଗ ରାଜ୍ୟର କିଛି ପ୍ରଭାବଶାଳୀ ନେତାଙ୍କ ବିଦେଶୀ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା ଜଣାପଡିଛି । ଏହି ମାମଲାରେ ଅଭିଷେକ ଓ ତାଙ୍କ ପତ୍ନୀ ରୁଜିରାଙ୍କୁ ପୂର୍ବରୁ ଜେରା ହୋଇଥିଲା । ହେଲେ ଉଭୟଙ୍କ ବୟାନରେ ତାଳମେଳ ନଥିବାରୁ ଆଜି କେବଳ ରୁଜିରାଙ୍କୁ ଜେରା କରୁଛି ସିବିଆଇ । ଏହି ମାମଲାର ଯାଂଚ ଦୀର୍ଘଦିନ ହେବ ସିବିଆଇ ଓ ଇଡି ମିଳିତ ଭାବେ କରୁଛି । ଏହାପୂର୍ବରୁ ମାର୍ଚ୍ଚ ମାସରେ ଦିଲ୍ଲୀରେ ଅଭିଷେକଙ୍କୁ ଇଡି ୮ ଘଂଟା ଧରି ଜେରା କରିଥିଲା । ସୂଚନା ଥାଉକି ଏହି ମାମଲା ପ୍ରଥମେ ୨୦୨୦ ମସିହାରେ ସିବିଆଇ ହାତକୁ ଯାଇଥିଲା । ଏହି ଅଧାରରେ ଇଡି ବି ମାମଲା ରୁଜୁ କରିଥିଲା । ଏହି ମାମଲାରେ ଆସାନସୋଲ ଓ ତାର ଆଖପାଖ କୁନୁସ୍ତେରିଆ ଏବଂ କଜୋରା ଅଞ୍ଚଳରେ ଇଷ୍ଟର୍ନ କୋଲଫିଲ୍ଡ ଲିମିଟେଡ ଖାଦାନରୁ କୋଟି କୋଟି ଟଙ୍କାର କୋଇଲା ଚୋରା ଚାଲାଣ ହୋଇଥିବା ଅଭିଯୋଗ ହୋଇଥିଲା ।