ରାଜଧାନୀରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

0

ଭୁବନେଶ୍ୱର:ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କମୁଥିବା ବେଳେ ରାଜଧାନୀରେ ବଢୁଛି ଡେଙ୍ଗୁ ରୋଗୀ ସଂଖ୍ୟା । ଜୁଲାଇରୁ ସେପ୍ଟେମ୍ବର ମାସରେ ଡେଙ୍ଗୁର ପ୍ରଭାବ ଅଧିକ ରହିଥାଏ ତେବେ ରାଜ୍ୟରେ ଜୁନ ୩୦ ତାରିଖ ସୁଦ୍ଧା ୧୦,୭୦୦ ଟେଷ୍ଟ ହୋଇଛି ସେଥିରୁ ୧୭୫ ଜଣ ଡେଙ୍ଗୁ ରୋଗୀ ଚି଼ହ୍ନଟ ହୋଇଛନ୍ତି ସେଥିମଧ୍ୟରୁ ଭୁବନେଶ୍ୱର ଓ ଖୋର୍ଦ୍ଧା ରୁ ୯୩ ଜଣ ରୋଗୀ ଚିନ୍ହଟ ହେଲେଣି ବୋଲି ସୂଚନା ଦେଇଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର । ୨୦୨୧ରେ ୪୨,୬୦୦ ଟେଷ୍ଟରୁ ୭,୫୦୦ ରୋଗୀ ଚି଼ହ୍ନଟ ହୋଇଥିଲେ ଏବଂ ୨୦୨୨ ରେ ୫୪,୦୦୦ଟେଷ୍ଟରୁ ୭୦୦୦ ରୋଗୀ ଚି଼ହ୍ନଟ ହୋଇଥିବା ବେଳେ ୨୨ରୁ ୨୩ ମସିହା ଭିତରେ ମଧ୍ୟ ଡେଙ୍ଗୁ ରୋଗୀ ସଂଖ୍ୟା କମୁଛି । ତେବେ ଦୁଇ ଗୁଣା ଅଧିକ ଟେଷ୍ଟ ହେଉଥିବାବେଳେ ରୋଗୀ ସଂଖ୍ୟା କମୁଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଭିବିନ୍ନ ବିଭାଗସହ ବୈଠକ କରିଛନ୍ତି ଜିଲ୍ଲାମାନଙ୍କୁ ଏବଂ ମୁନିସିପାଲ କର୍ପୋରେସନଗୁଡିକୁ ଏସଓପି ମଧ୍ୟ ପଠାଯାଇଛି ଜ୍ଝ ଭୁବନେଶ୍ୱର ମୁନିସିପାଲ ସହ ମଧ୍ୟ ବୈଠକ ହୋଇଛି, ଡେଙ୍ଗୁ କିଭଳି କମିବ ସେନେଇ କାର୍ୟ୍ୟକ୍ରମମାନ ଚାଲିଛି । ଜୁଲାଇରୁ ସେପ୍ଟେମ୍ବର ପର୍ୟ୍ୟନ୍ତ ଡେଙ୍ଗୁର ପ୍ରଭାବ ଅଧିକ, ସଚେତନ ରହିବାକୁ ଜନସ୍ୱାସ୍ଥ୍ୟ ନିର୍ଦେଶକଙ୍କ ପରାମର୍ଶ ଦେଇଛନ୍ତି ।