ବଢୁଛି ହାତୀ ମୃତ୍ୟୁ ସଂଖ୍ୟ , କପ୍ତିପଦା ବନଖଣ୍ଡରେ ପୁଣି ଏକ ହାତୀ ମୃତ୍ୟୁ

0

ରାଇରଙ୍ଗପୁର /ସତ୍ୟାନାରୟଣ ପାଲ : ଜଙ୍ଗଲ ଦିନକୁ ଦିନ ଅବକ୍ଷୟ ହେବାରେ ଲାଗୁଛି । କିଛି ଦିନ ତଳେ ଜଙ୍ଗଲ ମାନଙ୍କରେ ହୁତୁ ହୁତୁ ନିଆଁରେ ଉଜୁଡି ପଡ଼ିଥିଲା ଶିମିଳିପାଳ ଅଭୟାରଣ୍ୟ । ସାରା ବିଶ୍ବର ସମସ୍ତ ପରିବେଶବିତ୍, ସରକାର, ପ୍ରଶାସନର ମୁଣ୍ଡବ୍ୟଥା ପାଲଟିଥିଲା । ତାପର ଦିନ ସହି ନ ପାରି ଜୀବଜନ୍ତୁ ପ୍ରାଣ ବିକଳରେ ସହର ମୁହାଁ ହୋଇ ରାସ୍ତାଘାଟରେ ଅସାମାଜିକ ଲୋକ, ଶିକାରୀଙ୍କ ମୃତ୍ୟୁ ଯନ୍ତାରେ ପଡ଼ିଥିବା ସମସ୍ତ ଗଣମାଧ୍ୟମରେ ମଣ୍ଡିତ ହୋଇଥିଲା । ପ୍ରଶାସନିକ ଉଦାସୀନତା, ବନବିଭାଗ କାର୍ୟ୍ୟାଳୟରେ କର୍ମଚାରୀ ଅଭାବ, ଗ୍ରାମବାସୀଙ୍କ ଜଙ୍ଗଲ ଓ ଜୀବଜନ୍ତୁ ନେଇ ସୁରକ୍ଷା ଓ ସଚେତନତା ଅଭାବ, କିଛି ସ୍ଥାନରେ ଦୁର୍ନିତୀ ଗ୍ରସ୍ତ ବନ କର୍ମଚାରୀ ଏବଂ ଶିକାରୀଙ୍କ ମଧୁ ଚନ୍ଦ୍ରିକା ଜଙ୍ଗଲ ଭିତରେ ଗାଁ ରହିବା, ଶିକାରୀ ଓ ଅସାମାଜିକଙ୍କ ଉପରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ ନ କରିବା , ଆନ୍ତଃ ରାଜ୍ୟ ବନ ତସ୍କରୀଙ୍କ ଉପରେ ବନ ବିଭାଗ କଡା ନଜର ନ ରଖିବା, ବନ ଗୋଇନ୍ଦା ବିଭାଗର ଶିଥୀଳତା କାଗଜ କଲମରେ ବୃକ୍ଷ ରୋପଣ ନ କରି ବାସ୍ତବ କ୍ଷେତ୍ରରେ ବୃକ୍ଷରୋପଣ ଓ ସୁରକ୍ଷା କୁ ଗୁରୁତ୍ଵ ନ ଦେବା ଯୋଗୁଁ ଆଜି ଜଙ୍ଗଲ ଅବକ୍ଷୟ ସହ ବିରଳ ଜୀବଜନ୍ତୁଙ୍କ ବିଲୟ ଦିନକୁ ଦିନ ବୃଦ୍ଧି ପାଉଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଶିମିଳିପାଳ ଆଭ୍ୟନ୍ତରୀଣ ଅଂଚଳରେ ଏକ ହାତୀର ମୃତ୍ୟୁ । ଯାହାକୁ ନେଇ ଶିମିଳିପାଳରେ ହାତୀଙ୍କର ସୁରକ୍ଷା ଏବଂ ବନବିଭାଗର କାର୍ୟ୍ୟଦକ୍ଷତାକୁ ନେଇ ପୁଣି ଛିଡା ହୋଇଛି ଏକ ବଡ ପ୍ରଶ୍ନ ଚିହ୍ନ ? ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ରେଞ୍ଜ ରାଇପାଳ ବିଟ ପଦ୍ମପୋଖରୀ ବାଘଧରସାହି ଜଙ୍ଗଲରେ ଏକ ହାତୀର ମୃତ୍ୟୁ ହୋଇଥିବା ବନବିଭାଗ ଖବର ପାଇଥିଲା । ଖବର ପାଇ କପ୍ତିପଦା ବନାଂଚଳ କର୍ମଚାରୀ ଘଟଣାସ୍ଥଳରେ ପହଂଚି ମୃତଦେହ ଦେଖିବା ପରେ ହାତୀଟି ଏକ ଦନ୍ତାହାତୀ ହୋଇଥିବା ବେଳେ ତାହାର ବୟସ ୧୦ ରୁ ୧୫ ବର୍ଷ ହେବ ବୋଲି ଜଣାଯାଇଛି । ତେବେ ହାତୀ ମୃତ୍ୟୁ ପଛର କାରଣ ଅସ୍ପଷ୍ଟ ରହିଥିବା ବେଳେ ହାତୀଟି କେଉଁ କାରଣରୁ ମୃତ୍ୟୁବରଣ କରିଛି ତାହାର ତଦନ୍ତ କରୁଛି ବନବିଭାଗ । ତେଣେ ଆସନ୍ତାକାଲି ମୃତ ହାତୀର ବ୍ୟବଚ୍ଛେଦ କରାଯିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ଡିଏଫଓ । ତେବେ ହାତୀଟିକୁ କେହି ଶିକାରୀ ଶିକାର କରିବା ନିମନ୍ତେ ହତ୍ୟା କରିଛନ୍ତି ନା ହାତୀ କୌଣସି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛି ତାହାକୁ ନେଇ ଏବେ ସନ୍ଦେହ ।