ବର୍ତ୍ତମାନ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି କୋଭିଡ । ଆଉ ଏହାରି ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୭୫୫ରେ ପହଞ୍ଚିଲାଣି । ଏବଂ ସବୁଠାରୁ ଗୁରୁତତ୍ୱପୂର୍ଣ୍ଣ କଥା ହେଉଛି, ୩୯୧ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । କେରଳ, ଦିଲ୍ଲୀ, ଗୁଜରାଟରେ ସ୍ଥିତି ସଂକଟଜନକ ରହିଛି । କରୋନା ବଢୁଥିବାର ଦେଖି ଗତକାଲି କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରାଳୟ ତରଫରୁ ସମୀକ୍ଷା ହୋଇଥିଲା ।
ସମସ୍ତ ରାଜ୍ୟକୁ ପ୍ରସ୍ତୁତ ରହିବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ହସ୍ପିଟାଲ ଗୁଡିକୁ ମଧ୍ୟ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅକ୍ସିଜେନ, ବେଡ, ଭେଣ୍ଟିଲେଟର ଏବଂ ଔଷଧ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି ।
ଥଣ୍ଡା, କାଶ ଓ ଜ୍ଵର ଜନିତ ରୋଗୀଙ୍କ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ପରାମର୍ଶ ରହିଛି । ଶ୍ଵାସ ଜନିତ ଗୁରୁତର ରୋଗୀଙ୍କ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି । ଏଥିରେ ପଜିଟିଭ ଆସିଲେ ନମୁନା ଟେଷ୍ଟ କରାଇବାକୁ ନିର୍ଦ୍ଦେଶ ରହିଛି ।