ବଢିବାରେ ଲାଗିଛି ସ୍କ୍ରବ ଟାଇଫସ ପଜିଟିଭ ସଂଖ୍ୟା

0

ବ୍ୟୁରୋ : ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ । ବଢିବାରେ ଲାଗିଛି ସ୍କ୍ରବ ଟାଇଫସ ପଜିଟିଭ ସଂଖ୍ୟା । ଏହା ଚିନ୍ତାର କାରଣ ସାଜିଛି । କାହିଁକିନା ପଜିଟିଭ ସଂଖ୍ୟା ୨୦୦କୁ ବୃଦ୍ଧି ପାଇଥିବାବେଳେ ଆଜି ପୁଣି ଦିନକରେ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ପଜିଟିଭ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଔଷଧ ମହଜୁଦ ରହିଥିବା କହିଛିନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ। ୩୭ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।
ସୋମବାର ୫୯ ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେ ମଧ୍ୟରୁ ୧୦ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଜିଲ୍ଲାର ସଦର ବ୍ଲକର ମଝାପଡା ଓ ବାଲିଶଙ୍କରା ବ୍ଲକ ଅଂଚଳରେ ମାତ୍ରାଧିକ ଅ।କ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଥିଲେ। ଏହା ସହ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଡିଓ, ତହସିଲଦାର ଓ ଡାକ୍ତରମାନଙ୍କ ସହ ଭର୍ଚୁଅ।ଲ ମୋଡରେ ବୈଠକ କରାଯାଇଛି ବୋଲି କହିଥିଲେ। ତେବେ ଘରୋଇ ଭାବେ ପ୍ରକାଶିତ ତଥ୍ୟାନୁସାରେ ଆକ୍ରାନ୍ତ ସଂଖ୍ୟା ୫ ଶହ ଟପି ଯାଇଥିବା କୁହାଯାଉଛି।