ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ସଂଖ୍ୟା ୨୨୧କୁ ବୃଦ୍ଧି

0

ସୁନ୍ଦରଗଡ: ଚିନ୍ତା ବଢାଇଲାଣି ସ୍କ୍ରବ ଟାଇଫସ । ବିଶେଷ କରି ସୁନ୍ଦରଗଡରେ ବଢିବାରେ ଲାଗିଛି ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ସଂଖ୍ୟା । ପୁଣି ଆଉ ୧୦ ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ଚିହ୍ନଟ । ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ସଂଖ୍ୟା ୨୨୧କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।
ସୂଚନାନୁଯାୟୀ, ଏହି ରୋଗ କୀଟ ଦଂଶନରୁ ହୋଇଥାଏ । ଯେଉଁଥି ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ ସୃଷ୍ଟି କରାଯାଉଛି । ଜଙ୍ଗଲର ତଥା ବିଲବାଡ଼ିକୁ ଯିବା ସମୟରେ ସମ୍ପୂର୍ଣ୍ଣ ଶରୀରକୁ ଘୋଡ଼ାଇ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଔଷଧ, ଟେଷ୍ଟିଂ ବ୍ୟବସ୍ଥା ମଧ୍ୟ କରାଯାଉଛି ।