୧୨ ଦଫା ଦାବି ନେଇ ଗଜପତିରେ ନର୍ସିଂ ଷ୍ଟାଫଙ୍କ କଳା ବ୍ୟାଚ ପରିଧାନ

0

ପାରଳାଖେମୁଣ୍ଡି/ବିବେକାନନ୍ଦ ବେହେରା: ଗଜପତି ଜିଲ୍ଲାରେ ନସିଂ ଅଫିସରମାନେ ସେମାନଙ୍କ ୧୨ ଦଫା ଦାବି ପୂରଣ ନ ହେବା ପ୍ରତିବାଦରେ ଆଜି ଠାରୁ କଳା ବ୍ୟାଚ ପରିଧାନ କରିଛନ୍ତି। ନସିଂ ଅଫିସରମାନେ କଳା ବ୍ୟଚ ପରିଧାନ କରି ସବୁ ଦିନ ଭଳି ସେମାନଙ୍କ କାର୍ୟ୍ୟ ତୁଲାଇଛନ୍ତି। ସେମାନଙ୍କ ୧୨ ଦଫା ଦାବି ଗୁଡିକ ହେଲା, ଜରୁରୀକାଳୀନ କାର୍ୟ୍ୟକୁ ଦୃଷ୍ଟିଦେବା ସହିତ ଅନ୍ୟ ରାଜ୍ୟରେ ନସିଂ ଅଫିସର ମାନଙ୍କ କ୍ଷେତ୍ରରେ ଲାଗୁ ହେଉଥିବା ମୂଳ ଦରମାକୁ ତୁଳନା କରି ଓଡ଼ିଶାରେ ନର୍ସ ଅଫିସର ମାନଙ୍କର ଦରମାରେ ଥିବା ଅସଙ୍ଗତିକୁ ଦୂର କରାଯାଉ ଏବଂ ନସିଂ ଅଫିସର ମାନଙ୍କର ମୂଳ ସ୍ତରର ଦରମାକୁ ସଂଶୋଧନ କରାଯାଉ,ତା .୧୨.୧୧.୨୦୧୩ ରିଖ ପୂର୍ବରୁ ନିଯୁକ୍ତି ପାଇଥିବା ନସିଂ ଅଫିସର ମାନଙ୍କର ଚୁକ୍ତିଭିତ୍ତିକ ଅବଧିକୁ ବିଚାର କରି ବରିଷ୍ଠତାକୁ ନେଇ ପଦୋନ୍ନତି ଦିଆଯାଉ।
ଓଡିଶା ନର୍ସ” ସର୍ଭିସ କ୍ୟାଡରକୁ ମଜବୁତ କରିବା ଉଦ୍ଦେଶ୍ୟରେ ମୂଳ ସ୍ତର ପୋଷ୍ଟର ୪୨% ଅପ-ଗ୍ରେଡେସନ୍ କରି ପଦୋନ୍ନତି ପୋଷ୍ଟ ବୃଦ୍ଧି କରିବା ସହିତ ୦୬-୩୦ ବର୍ଷ ଚାକିରୀ କରି କୌଣସି ପଦୋନ୍ନତି ପାଇନଥିବା ସମସ୍ତ ଯୋଗ୍ୟ ହସିଂ ଅଫିସର ମାନଙ୍କୁ ତୁରନ୍ତ ପଦୋନ୍ନତି କରାଯାଉ,KBK, KBK + ଏବଂ ଆଦିବାସୀ ସବ୍-ପ୍ଲାନ୍ କଠିନ ଅଞ୍ଚଳରେ କାର୍ୟ୍ୟ କରୁଥିବା ନର୍ସ କର୍ମଚାରୀ ମାନଙ୍କ ପାଇଁ ସ୍ଥାନ ଭିତ୍ତିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉ। ନସିଂ ଅଫିସର ମାନଙ୍କର ଏବଂ ନସିଂ କ୍ୟାଡରର ପ୍ରଶାସନିକ ପଦଗୁଡ଼ିକ ରେ କାର୍ୟ୍ୟରତ ଥିବା ଅଧିକାରୀ ମାନଙ୍କର ଡ୍ରେସ୍ କୋଡ଼ ସଂଘର ପ୍ରସ୍ତାବ ଅନୁସାରେ ପରିବର୍ତ୍ତନ କରାଯାଉ।


ଯେଉଁ ନସିଂ ଅଫିସରମାନେ ରାଜ୍ୟ ସରକାରଙ୍କ ଅଧୀନରେ ୬ ବର୍ଷ ଧରି ନିୟମିତ ସେବା ଯୋଗାଇଛନ୍ତି ସେମାନଙ୍କ କ୍ଷେତ୍ରରେ inter -district ସ୍ଥାନାନ୍ତର ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଉ ଏଭଳି ବିଭିନ୍ନ ୧୨ ଦଫା ଦାବି ନେଇ ଆଜିଠାରୁ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ସ୍ତରୀୟ ଡାକ୍ତରଖାନରେ ନୁରସିଂ ଅଫିସରମାନେ କଳା ବ୍ୟାଚ ପରିଧାନ କରି ସେମାନଙ୍କ ନାର୍ୟ୍ୟ ୧୨ ଦଫା ଦାବି ପୂରଣ ପାଇଁ ଦାବି କରିଛନ୍ତି। ଆଜିଠାରୁ ୧୧ ତାରିଖ ପଯ୍ୟନ୍ତ ଏଭଳି କଳା ବ୍ୟାଚ ପରିଧାନ କରି କାର୍ୟ୍ୟ ତୁଳାଇବେ ବୋଲି ସୂଚନା ଦେଇ କହିଛନ୍ତି ସରକାର ୧୨ ଦଫା ଦାବି ପୂରଣ ନ କଲେ ରାଜ୍ୟ ନସିଂ କର୍ମଚାରୀ ସଂଘର ନିଷ୍ପତ୍ତି ଅନୁଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ।