କଲମା ବ୍ୟାରେଜ ଗେଟ ଖୋଲିବାରୁ ବଢ଼ିଲା ହୀରାକୁଦ ଜଳ ପ୍ରବାହ; ଭକ୍ତ ରଞ୍ଜନ ମହାନ୍ତି

0

ଭୁବନେଶ୍ୱର: ଛତିଶଗଡ଼ର କଲମା ବ୍ୟାରେଜର ୬୦ରୁ ଉର୍ଦ୍ଧ୍ବ ଗେଟ ଖୋଲିଛି । ଫଳରେ ହୀରାକୁଦକୁ ଜଳ ପ୍ରବାହ ବଢିଛି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି । ହୀରାକୁଦର ଜଳସ୍ତର ବହୁତ କମ ଥିଲା । ବର୍ତ୍ତମାନ ହୀରାକୁଦର ଜଳସ୍ତର ପ୍ରାୟ ୬୦୩.୬ ମିଟର ରହିଛି । ହୀରାକୁଦକୁ ହାରାହାରି ଇନଫ୍ଲୋ ହେଉଛି ପାଖାପାଖି ୮୦ ହଜାର କ୍ୟୁସେକ । ୨୪ ଘଣ୍ଟା ପରେ ୬୦୫.୩ ମିଟର ପାଖାପାଖି ହେବ । ହୀରାକୁଦ ଜଳସ୍ତର ବହୁତ ତଳେ ଥିବାରୁ ଆମେ ଅଧିକ ଜଳ ଚାହୁଁଛୁ । ବିଦ୍ୟୁତ ଉତ୍ପାଦନ ପାଇଁ ଆମେ ଅଧିକ ଜଳ ଆଶା କରୁଛୁ । ଇରିଗେସନ ମଧ୍ୟ ଆରମ୍ଭ ହେଲାଣି । ଜୁଲାଇ ୩୧ ସୁଦ୍ଧା ହୀରାକୁଦ ଜଳସ୍ତର ୬୦୫ ମିଟର ହେବା କଥା । ୬୦୫ ମିଟର ଜଳସ୍ତର ନହେଲେ ଇରିଗେସନ ପାଇଁ ଦେବା ସମସ୍ୟା ହେବ । ସମ୍ଭାବ୍ୟ ବନ୍ୟାକୁ ନେଇ ପ୍ରସ୍ତୁତି ବୈଠକ ହୋଇଛି । ବିଭିନ୍ନ ସ୍ତରରେ ବୈଠକ ହୋଇ ବିଭିନ୍ନ ନିର୍ଦ୍ଦେଶ ଦିଆଯାଇଛି । ଘାଇ ଓ ଘଳିଆ ମରାମତି ସରିଛି । ଗତ ବର୍ଷ ମହାନଦୀରେ ୧୨ ଲକ୍ଷ କ୍ୟୁସେକରୁ ଅଧିକ ଜଳ ଆସିଥିଲା । ଆମେ ସଫଳ ମୁକାବିଲା କରିଥିଲୁ । ସାମ୍ଭାବ୍ୟ ବନ୍ୟା ମୁକାବିଲା ଲାଗି ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ।