ପୁଣି ପାଖକୁ ଆସିଲା ଆଇପିଏଲ ୨୦୨୫ର ଅରେଞ୍ଜ କ୍ୟାପ୍

0

ଏବେ ସାଇ ସୁଦର୍ଶନ ଅରେଞ୍ଜ କ୍ୟାପ୍ ଦୌଡ଼ରେ ବହୁତ ଆଗରେ ଅଛନ୍ତି । ତାଲିକାର ଦ୍ୱିତୀୟ ସ୍ଥାନରେ ରାଜସ୍ଥାନ ରୟାଲ୍ସ ପ୍ଲେୟର ଯଶସ୍ୱୀ ଜୟସୱାଲ ରହିଛନ୍ତି । ଯିଏକି ସିଜିନରେ ୫୨୩ ରନ କରିଛନ୍ତି । ଅନ୍ୟପକ୍ଷରେ ଗୁଜରାଟ ଟାଇଟାନ୍ସ ଅଧିନାୟକ ଶୁଭମାନ ଗିଲ୍ ଏହି ଲିଷ୍ଟର ତୃତୀୟରେ ରହିଛନ୍ତି । ୫୧୦ ରନ୍ କରିଥିବା ସୂର୍ଯ୍ୟକୁମାର ଯାଦବ ଚତୁର୍ଥ ସ୍ଥାନରେ ଥିବା ବେଳେ ବିରାଟ କୋହଲି ୫୦୫ ରନ୍ ସହିତ ପଞ୍ଚମ ସ୍ଥାନରେ ଅଛନ୍ତି।

ସାଇ ସୁଦର୍ଶନଙ୍କ ରେକର୍ଡ । ପୁଣି ପାଖକୁ ଆସିଲା ଆଇପିଏଲ ୨୦୨୫ର ଅରେଞ୍ଜ କ୍ୟାପ୍ । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ସେ ଏହି ସଫଳତା ହାସଲ କରିଛନ୍ତି । ସେ ଦିଲ୍ଲୀ ମ୍ୟାଚ୍‌ ପୂର୍ବରୁ ୧୧ଟି ମ୍ୟାଚ୍‌ ଖେଳି କରିସାରିଥିଲେ ୫୦୯ ରନ୍ । ଯଶସ୍ୱୀ ଜୟସ୍ୱାଲ ତାଙ୍କଠାରୁ ମାତ୍ର ୧୪ ରନ୍ ଆଗରେ ରହିଥିଲେ । ଯେଉଁଥିପାଇଁ ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ରେ ୧୫ ରନ୍ କରି ସୁଦର୍ଶନ ପୁଣି ଅରେଞ୍ଜ କ୍ୟାପ୍ କବଜା କରିଛନ୍ତି । ଏହାସହିତ ସେ IPLର ଗୋଟିଏ ସିଜିନରେ ନିଜର ବ୍ୟକ୍ତିଗତ ସ୍କୋରକୁ ଉନ୍ନତ କରିଛନ୍ତି ।

ସାଇ ସୁଦର୍ଶନ ଆଇପିଏଲରେ ନିରନ୍ତର ଭଲ ପ୍ରଦର୍ଶନ କରୁଛନ୍ତି । ଗତ ସିଜିନରେ ଗୁଜରାଟ ଟାଇଟାନ୍ସ ପାଇଁ ଖେଳି ସେ ୫୨୭ ରନ କରିଥିଲେ । ସେ IPL ୨୦୨୫ରେ ଏହି ସଂଖ୍ୟା ପାର୍‌ କରିଛନ୍ତି । ସୁଦର୍ଶନ ଚଳିତ ସିଜିନରେ ୬ଟି ଅର୍ଦ୍ଧଶତକ ଲଗାଇଛନ୍ତି । ଯେଉଁଥିରେ ତାଙ୍କର ସର୍ବାଧିକ ସ୍କୋର ୮୨ ରନ ରହିଥିଲା । ଯାହା ସେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ କରିଥିଲେ ।

ଶୁଭମନ ଗିଲ ମଧ୍ୟ ଅରେଞ୍ଜ କ୍ୟାପ୍ ଦୌଡ଼ରେ ସାଇ ସୁଦର୍ଶନଙ୍କ ପଛରେ ରହିଛନ୍ତି । ସୁଦର୍ଶନ ଏପର୍ଯ୍ୟନ୍ତ ତାଙ୍କ ଆଇପିଏଲ କ୍ୟାରିୟରରେ ୧୫୦୦ ରୁ ଅଧିକ ରନ କରିସାରିଛନ୍ତି । ଯେଉଁଥିରେ ଗୋଟିଏ ଶତକ ଏବଂ ୧୨ଟି ଅର୍ଦ୍ଧଶତକ ସାମିଲ୍‌ ରହିଛି ।