ଆସନ୍ତା କାଲି ଠାରୁ ରାଜ୍ୟରେ ବଢିବ ଶୀତର ପ୍ରକୋପ

0

ଭୁବନେଶ୍ୱର: ଆସନ୍ତା କାଲି ଠାରୁ ରାଜ୍ୟର ପାଣିପାଗରେ ଦେଖାଯିବ ପରିବର୍ତ୍ତନ । ରାଜ୍ୟରେ କାଲି ଠରୁ ଶୁଖିଲା ପାଗ ଦେଖା ଦେବା ସହ ଶୀତର ପରିମାଣ ବଢିବ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଶୀତ ସହ ଘନ କୁହୁଡି ଅସ୍ତବ୍ୟସ୍ତ କରିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ବହୁଛି ଥଣ୍ଡା ଶୁଷ୍କ ପବନ । ଏହାରି ପ୍ରଭାବରେ ଦୁଇଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା କମିବ। ଆଭ୍ୟନ୍ତରୀଣ ଓଡିଶାରେ ଶୀତ ଲହରୀ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ପ୍ରବଳ ଜାଡ ନେଇ ସୁନ୍ଦରଗଡ, ଦେବଗଡ଼, କେନ୍ଦୁଝର, ଅନୁଗୁଳ ଓ ଝାରସୁଗୁଡାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ଘନ କୁହୁଡି ନେଇ ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାକୁ ସତର୍କ କରାଇଛି।