ଜଳେଶ୍ୱର : କମିଲା ତେଲ ଦର,ଖୁସିରେ ତେଲ ପକାଇବାକୁ ଆସୁଥିବା ଗ୍ରାହକ ମାନଙ୍କୁ ମିଠା ବାଣ୍ଟି ଖୁସି ମନାଇଲେ ପେଟ୍ରୋଲ ପମ୍ପ ମାଲିକ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଲଙ୍ଗଳେଶ୍ବର ସ୍ଥିତ ବିନାୟକ କିଶାନ ସେବା କେନ୍ଦ୍ରରେ। ଆଜି ବିଦ୍ଧିବଦ୍ଧ ଭାବେ ଉକୁ ପେଟ୍ରୋଲ ପମ୍ପ ଶୁଭ ଉଦ୍ଘାଟନ ହୋଇଥିବାବେଳେ, ଗତକାଲି ମଧ୍ୟରାତ୍ରି ରୁ ସରକାର ପେଟ୍ରୋଲ ଉପରେ ୯ ଟଙ୍କା ୫୦ ପଇସା ଏବଂ ଡିଜେଲ ଉପରେ ୭ ଟଙ୍କା କମାଇବା ପାଇଁ ଘୋଷଣା କରିଥିଲେ।ତେଣୁ ଆଜି ସରକାରଙ୍କ ଧାର୍ଯ୍ୟ ଦରରେ ସମସ୍ତ ପେଟ୍ରୋଲ ପମ୍ପରେ ତେଲ ବିକ୍ରୀ ହେଉଛି , ତେଲ ଦର କମି ଥିବାରୁ ସମସ୍ତ ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ଭିଡ଼ ମଧ୍ୟ ଲାଗିଛି।
ଗ୍ରାହକଙ୍କ ଏହି ଉତ୍ସାହ ଦେଖି ବିନାୟକ କିଶାନ ସେବା କେନ୍ଦ୍ରର ମାଲିକ ନିଜେ ଲସ ସହିଥିଲେ ବି, ଗ୍ରାହକଙ୍କୁ ମିଠେଇ ବାଣ୍ଟି ସ୍ବାଗତ ଜଣାଇବା ସହିତ, ତୈଳ ଦର ହ୍ରାସ ପାଇଥିବାରୁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥି ସହିତ । ଗ୍ରାହକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ, କୋପନ ମାଧ୍ୟମରେ ଲଟେରୀ ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ କୃଷି ଓ କୃଷକଙ୍କ ପାଇଁ ଆବଶ୍ୟକ ସାମଗ୍ରୀ ମଧ୍ୟ ଉପଲବ୍ଧ ହେବ ବୋଲି ପମ୍ପ ପକ୍ଷରୁ ସୂଚନା ମିଳିଛି।