ଶ୍ରୀ ନୀଳକଣ୍ଠେଶ୍ଵର ଦେବ ପାଲା କର୍ମୀ ସଂସଦ। ପାଲା କର୍ମୀ ସଂସଦ ପକ୍ଷରୁ ଚଣ୍ଡେଶ୍ୱର ସ୍ଥିତ ଶ୍ରୀ ଚଣ୍ଡୀହର ଦେବ ମନ୍ଦିର ପରିସରରେ 35 ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମରେ ନିଖିଳ ଓଡିଶା କୈବର୍ତ୍ତ ମହାସଭାର ସାଧାରଣ ସମ୍ପାଦକ ଅତିଥି ଭାବେ ଯୋଗଦେଇ ବାର୍ଷିକ ସମ୍ମିଳନୀକୁ ଉଦଘାଟନ କରିଥିଲେ। ଅନୁଷ୍ଠିତ ସମ୍ମିଳନୀରେ ଗାୟକ ରମେଶ ଚନ୍ଦ୍ର ପାତ୍ର. ମନ୍ମଥ ମାନସିଂ.ସୁଦର୍ଶନ ମହାପାତ୍ର. ସଂସଦ ସଭାପତି ବିଜୟ କୁମାର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
ଏହି ଅବସରରେ ଶ୍ରୀ ଚଣ୍ଡେଶ୍ୱର ଦେବଙ୍କର ଅଭିଷେକ. ରାମାର୍ଜନା..କର୍ମୀ ସମାବେଶ। ସଂକୀର୍ତନ ଓ ଦାଶ କାଠିଆ ପରିବେଷଣ.ସାଙ୍ଗଠନିକ ଆଲୋଚନା.ସଂସଦୀୟ ଗୁରୁ ପୂଜା.ଗୁରୁ ପୂଜା ଜୟନ୍ତୀ ଓ ଧର୍ମସଭା ଅନୁଷ୍ଠିତ ହୋଇଥିଲା। ଏହା ସହ ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଦକ୍ଷ ପାଲା କଳାକାର ମାନଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇଥିଲା।
ଶେଷରେ ଆୟୋଜକ ସଂସଦ ପକ୍ଷରୁ ପାଲା ସଂସ୍କୃତିକୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିବା ପାଲା ଗାୟକ। ବାୟକ.ପାଳିଆ ମାନଙ୍କୁ ଉତ୍ତରୀୟ. ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହ ରାଜ୍ୟ ସରକାର ଓଡିଶା ର ପାଲା ସଂସ୍କୃତି କୁ ବଞ୍ଚାଇବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅତିଥି ମାନେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।