(ଜଟଣୀ ): ଓଡ଼ିଶା ପ୍ରସିଦ୍ଧ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପଞ୍ଚୁଦୋଳ ମେଳଣର ଜମାଣ ରାତ୍ର କାଲିଠାରୁ ଆରମ୍ଭ ହେବାକୁ ଯାଉଛି । ଏହା ଜଟଣୀ ତଥା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହରିରାଜପୁର ଗ୍ରାମ ମେଳଣ ପଡ଼ିଆ ଠାରେ ଆୟୋଜିତ ହେବ । ୫ ତାରିଖ ସୋମବାର ଠାକୁର ମେଳଣ ଉତ୍ସବ ଅନୁଷ୍ଠିତ ହେବ । ୪ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରସିଦ୍ଧ ମେଳଣରେ ଲକ୍ଷାଧିକ ଜନସମାଗମକୁ ଦୃଷ୍ଟିରେ ରଖି କରୋନା ମହାମାରୀ ଯୋଗୁଁ ଚଳିତବର୍ଷ କୋଭିଡ-୧୯ ଗାଇଡ୍ଲାଇନ୍ କଡାକଡି ଭିତରେ ପାଳନ ହେବ ବୋଲି ଆୟୋଜକ କହିଛନ୍ତି ।
ସେପଟେ ଏନେଇ ଚଳିତବର୍ଷ ପ୍ରଶାସନ କଟକଣା ଜାରି କରିଛି । ସୀମିତ ସେବକ ଓ ଭକ୍ତ ମଧ୍ୟରେ ସମସ୍ତ କାର୍ୟ୍ୟ ସାରିବାକୁ ନିର୍ଦେଶ ଦେଇଛି ପ୍ରଶାସନ । ମହାମାରୀକୁ ଦୃଷ୍ଟିରେ ରଖି ମେଳଣ କମିଟି ମଧ୍ୟ ରହିଥିବା ନିୟମ ଭିତରେ ସବୁ କାର୍ୟ୍ୟ କରିବାକୁ ସ୍ଥିର କରିଛନ୍ତି । ଫଗୁ ପରିବର୍ତ୍ତେ ଠାକୁରମାନଙ୍କୁ ଫୁଲ ପ୍ରଦାନ କରିବାକୁ ମେଳଣ କମିଟି ନିବେଦନ କରିଛି ।