ଛିଡା ହୋଇଥିବା ଆମ୍ବୁଲାନ୍ସ ହଠାତ ଜଳିଗଲା

0

ଧର୍ମଶାଳା; ଛିଡା ହୋଇଥିବା ଆମ୍ବୁଲାନ୍ସ ହଠାତ ଜଳିଗଲା । କେହି କିଛି ବୁଝିବା ଆଗରୁ ଆମ୍ବୁଲାନ୍ସ ହୁତୁହୁତୁ ହୋଇ ଜଳିଚାଲିଲା । ସୂଚନା ମୁତାବକ, ଧର୍ମଶାଳା ବ୍ଳକ ପରିସରରେ ଡ୍ରାଇଭର ଗାଡି ରଖି ଯିବା ପରେ ଜଳି ଉଠିଥିଲା ୧୦୮ ଆମ୍ବୁଲାନ୍ସ । ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ, ଜଳି ଯାଇଥିବା ଆମ୍ବୁଲାନ୍ସଟି ୨ ମାସ ପୂର୍ବରୁ ଏଠାକୁ ଆସିଥିଲା। ଏହାର ସଠିକ ମରାମତି ହେଉ ନଥିଲା ନା ଆଉ କିଛି କାରଣ ଥିଲା, ସେନେଇ ଜଣାପଡ଼ି ନାହିଁ। ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥାଇ ପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି।