ରାସ୍ତାରୁ ୧୦ ଫୁଟ ତଳକୁ ଖସି ପଡିଛି ଯାତ୍ରୀବାହୀ ବସ୍

0

ସୁନ୍ଦରଗଡ : ରାସ୍ତାରୁ ତଳକୁ ବସ୍ ଖସିଲା । ଯାତ୍ରୀବାହୀ ବସ୍ ରାସ୍ତାରୁ ୧୦ ଫୁଟ ତଳକୁ ଖସି ପଡିଛି । ଏହି ଦୁର୍ଘଟଣା ସୁନ୍ଦରଗଡ ସଦର ଥାନା ଟାଙ୍ଗରମୁଣ୍ଡା ନିକଟରେ ଘଟିଛି । ଦୁର୍ଘଟଣାରେ ଜଣେ ମୃତ ଏବଂ ୪୦ ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ବସଟି ଦ୍ରୁତ ଗତିରେ ଆସି ଏକ ବାଇକକୁ ଧକ୍କା ଦେଇଥିଲା। ତେବେ ବସ୍ ଟି ଘରୋଇ ଯାତ୍ରୀବାହୀ ବସ୍ ହୋଇଥିବା ସୂଚନା । ଏହା ପରେ ବସ୍ ଟି ୧୦ ଫୁଟ ତଳକୁ ଭାରସାମ୍ୟ ହରାଇ ଖସି ପଡିଥିଲା । ବସଟି କିଞ୍ଜିରକେଲାରୁ ସୁନ୍ଦରଗଡ଼ ଆସୁଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି।