ଡାକ୍ତର ବାବୁଙ୍କ ମହାନତା ,ରୋଗୀଙ୍କୁ ଟେକି ନେଇ କରିଲେ ଚିକିତ୍ସା

0

କେନ୍ଦ୍ରାପଡ଼ା /ନୟନାନନ୍ଦ ବେହୁରା :ମହାନତା ଦେଖାଇଲେ ରାଜନଗର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ବାବୁ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରବାବୁଙ୍କ ମହାନତା ର ଭିଡିଓ ଏଵେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି  । ଡାକ୍ତରଜଣକ ହେଉଛନ୍ତି ଗୌରାଙ୍ଗ ଘଡ଼ାଇ ।
ସୂଚନା ଅନୁଯାୟୀ, ଏକ ବୃଦ୍ଧ ଲୋକକୁ ତାଙ୍କ ପରିବାର ଲୋକେ ଚିକିତ୍ସ ନିମନ୍ତେ ରାଜନଗର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣି ଥିଲେ । ସେହି ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ ଡାକ୍ତର ଗୌରାଙ୍ଗ ଘଡେଇ । ଆସିଥିବା ବୃଦ୍ଧ ଲୋକଙ୍କୁ ଦେଖି ସେ ନିଜେ ତାଙ୍କୁ ଉଠେଇ ଆଣି ଚିକିତ୍ସ କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି । ଏହାପରେ ଶ୍ରୀଯୁକ୍ତ ଘଡେଇଙ୍କୁ ଅନେକ ଶୁଭେଚ୍ଛା ଜଣାଇଛନ୍ତି ଓଡିଶା ବାସି ।