ବରଗଡ: ମଞ୍ଚ ରୁ ପଡି ପ୍ରାଣ ଛାଡିଲା ମହାପ୍ରତାପୀ କଂସ । ମହାରାଜା କଂସଙ୍କ ଅତ୍ୟାଚାରରୁ ମୁକ୍ତି ପାଇଛନ୍ତି ମଥୁରାବାସୀ । ଏହାରି ଭିତରେ ଶେଷ ହୋଇ ଯାଇଛି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଏହାପରେ ଶ୍ରୀ କୃଷ୍ଣଙ୍କ ସହ ଖରାପ ବ୍ୟବହାର ଓ କ୍ରୁର ଶାସନ ପାଇଁ ପାପ ମୁଣ୍ଡାଇଥିବା କଂସ ଭୂମିକାରେ ଅଭିନୟ କରିଥିବା କଳାକାର ହୃଷିକେଶ ଭୋଇ ପୁରୀ ଯାଇଛନ୍ତି । ସେଠାରେ ପହଞ୍ଚି ମହୋଦଧିରେ ସ୍ନାନ କରିବା ପରେ ଶ୍ରୀ ଜିଉଙ୍କୁ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରିଛନ୍ତି ।୧୧ ଦିନର ରାଜୁତିରେ ମହାରାଜ କଂସଙ୍କ ନଗର ଭ୍ରମଣ ସହ ଦରବାରରେ ନେତା , ମନ୍ତ୍ରୀ ଓ ପ୍ରଶାସକଙ୍କୁ ଜନକଲ୍ୟାଣ ପାଇଁ ତାଗିଦ କରିଥିଲେ ମହାରାଜା କଂସ । ବରଗଡ ମହାରାଜା କଂସ । ବରଗଡ ମଥୁରାନଗରୀ ଓ ଗୋପପୁର ସାଜିଥିଲା ଅମ୍ବାପାଲ୍ଲୀ ।