ତାତି ସଙ୍ଗକୁ ଗୁଳୁଗୁଳିରେ କଲ୍ବଲ୍ ହେଉଛନ୍ତି ରାଜ୍ୟବାସୀ

0

ଭୁବନେଶ୍ୱର: ଶିଝୁଛି ଓଡିଶା । ତାତି ସଙ୍ଗକୁ ଗୁଳୁଗୁଳିରେ କଲବଲ ହେଉଛନ୍ତି ରାଜ୍ୟବାସୀ ।  ଓଡ଼ିଶାରେ ଆସନ୍ତାକାଲିଠାରୁ ୧୩ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ଲହରୀ ସହ ଉଷ୍ମ ଓ ଆର୍ଦ୍ର ସ୍ଥିତି ରହିବାର ସମ୍ଭାବନା ରହିଛି। ଯାହାଫଳରେ ତାତି ବଢିବା ସହିତ ଗୁଳୁଗୁଳିବି ଅନୁଭୂତ ହେବ। ୯ତାରିଖରେ ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ହେବା ସମ୍ଭାବନା ରହିଛି। ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଉଷ୍ମ ଓ ଆର୍ଦ୍ର ସ୍ଥିତ ରହିବାର ସମ୍ଭାବନା ରହିଛି। ଯାହାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

  ସେହିପରି ୧୦ ତାରିଖ ବେଳକୁ ତାତି ଆହୁରୁ ବଢ଼ିବ। ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ ଓ ବଲାଙ୍ଗୀରର କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବାର ସମ୍ଭାବନା ରହିଛି। ଏହାସହ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଉଷ୍ମ ଓ ଆର୍ଦ୍ର ସ୍ଥିତ ରହିବ। ଫଳରେ ଗରମ ସହ ଗୁଳୁଗୁଳି ଅନୁଭୂତ ହେବ। ଏସବୁ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଭିତରେ ରଖିଛି। ୧୨ ଓ ୧୩ ତାରିଖ ବେଳକୁ ଗ୍ରୀଷ୍ମ ପ୍ରବାହ ଆହୁରି ବଢ଼ିବ। ଏହି ଦୁଇ ଦିନ ପାଇଁ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଜିଲ୍ଲାଗୁଡ଼ିକ ହେଉଛି, ଝାରସୁଗୁଡ଼ା, ସୁନ୍ଦରଗଡ, ବରଗଡ଼, ସୋନପୁର, ସମ୍ବଲପୁର, ବୌଦ୍ଧ ଓ ବଲାଙ୍ଗୀର । ସେହିପରି ଉଷ୍ମ ଓ ଆର୍ଦ୍ର ସ୍ଥିତି ପାଇଁ ଗଜପତି, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମଧ୍ୟରେ ରଖାଯାଇଛି।