ମଝି ଆକାଶରେ ପାଇଲଟଙ୍କର ହୃଦଘାତରେ ହୋଇଗଲା ଦେହାନ୍ତ; ଜରୁରୀ ଅବତରଣ କରାଇଲେ ସହକାରୀ ପାଇଲଟ

0

ନୂଆଦିଲ୍ଲୀ: ମିଆମିରୁ ଚିଲିର ସାଣ୍ଟିଆଗୋକୁ ଯାଉଥିବା ‘ଲାଟାମ୍ ଏୟାରଲାଇନ୍ସ’ ବିମାନର ଜଣେ ପାଇଲଟ ବାଥରୁମରେ ହୃଦଘାତର ଶିକାର ହେବା ପରେ ଜରୁରୀକାଳୀନ ଅବତରଣ କରାଯାଇଥିବା ଜଣାପଡିଛି। ୨୭୧ ଜଣ ଯାତ୍ରୀଙ୍କୁ ନେଇ ମିଆମିରୁ ଚିଲି ଯାଉଥିଲା ବିମାନ । ଯାତ୍ରା ମଧ୍ୟଭାଗରେ, ବିମାନ କର୍ମଚାରୀମାନେ କ୍ୟାପଟେନ ଇଭାନ୍ ଆନ୍ଦୌର୍ ଅଚେତ ହୋଇ ପଡ଼ିବାରୁ ପ୍ରତିକ୍ରିୟା ପ୍ରକାଶ କରି ବିମାନର ଦୁଇ ସହ-ପାଇଲଟ୍ ପାନାମା ସିଟିରେ ଅବତରଣ କରିବାକୁ କହିଥିଲେ। ଫଳରେ ତାଙ୍କର ୨ଜଣ ସହକାରୀ ପାଇଲଟ୍ ପାନାମା ସହରସ୍ଥିତ ‘ଟୋକ୍ୟୁମେନ୍ ଆନ୍ତର୍ଜାତିକ ବିମାନ ବନ୍ଦର’ରେ ଉକ୍ତ ‘ବୋଇଙ୍ଗ୍ ୭୮୭-୯ ଡ୍ରିମ୍ଲାଇନର୍’ ବିମାନର ଜରୁରୀ ଅବତରଣ କରାଇବାକୁ ବାଧ୍ୟ ହୋଇଥିଲେ। ରାତି ପ୍ରାୟ ୧୧ଟା ବେଳେ ତାଙ୍କର ହୃଦ୍ଘାତ ହୋଇଥିଲା ।
ସୂଚନାଯୋଗ୍ୟ, ତାଙ୍କ ଜୀବନ ରକ୍ଷା କରିବାକୁ ବିମାନରେ ଥିବା ୨ଜଣ ଡାକ୍ତର ଓ ଜଣେ ନର୍ସ ଚେଷ୍ଟା କରିଥିଲେ ହେଲେ ବଞ୍ଚାଇପାରିଲେ ନାହିଁ। ସେମାନେ କହିଛନ୍ତି, ଦୁଃଖର ବିଷୟ ଯେ ଚିକିତ୍ସା ପାଇଁ କରିବା ଲାଗି ଆବଶ୍ୟକ ଯଥେଷ୍ଟ ଡାକ୍ତରୀ ସରଞ୍ଜାମ ଆମ ପାଖରେ ନ ଥିଲା।
ଘଟଣା ସଂକ୍ରାନ୍ତରେ ବର୍ଣ୍ଣନା କରି ଜଣେ ଯାତ୍ରୀ କହିଛନ୍ତି ଯେ, ବିମାନଟି ଉଡ଼ାଣ ଆରମ୍ଭ କରିବାର ପ୍ରାୟ ୪୦ ମିନିଟ୍ ପରେ ଜଣେ ସହକାରୀ ପାଇଲଟ୍ ଯାତ୍ରୀମାନଙ୍କ ମଧ୍ୟରେ କେହି ଡାକ୍ତର ଅଛନ୍ତି କି ବୋଲି ପଚାରିଥିଲେ। ଆନ୍ଦୌର୍ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଥିବାରୁ ବିମାନର ଜରୁରୀ ଅବତରଣ କରାଇ ଯାତ୍ରୀମାନଙ୍କୁ ସ୍ଥାନାନ୍ତର କରିବା ଲାଗି ସହକାରୀ ପାଇଲଟ୍ମାନେ ନିଷ୍ପତ୍ତି ନେଇଥିଲେ। ବିମାନଟି ସୋମବାର ରାତି ୧୦:୧୧ ରେ ମିଆମି ଛାଡିଥିଲା ଜ୍ଝ ଡାକ୍ତରୀ ଜରୁରୀକାଳୀନ ସମୟରେ ବିମାନ ପରିଚାଳନା କରୁଥିବା ତିନି ପାଇଲଟଙ୍କ ବ୍ୟତୀତ ବିମାନରେ ଜଣେ ରିଲିଫ କ୍ୟାପଟେନ ଏବଂ ପ୍ରଥମ ଅଧିକାରୀ ମଧ୍ୟ ରହିଥିଲେ। ଖବର ଅନୁଯାୟୀ, ଏହି ଘଟଣା ଜାଣିବା ପରେ ପାଇଲଟମାନଙ୍କୁ ବିମାନ ଅବତରଣ କରିବାକୁ ପ୍ରାୟ ୩୦ ମିନିଟ୍ ସମୟ ଲାଗିଥିଲା।
ଜଣେ ଅଜ୍ଞାତ ଯାତ୍ରୀ କହିଛନ୍ତି ଯେ ସେମାନେ ଆମକୁ କହିଥିଲେ ଯେ ପାଇଲଟ୍ ଅସୁସ୍ଥ ଅନୁଭବ କରୁଥିବାରୁ ଆମେ ଅବତରଣ କରିବାକୁ ଯାଉଛୁ ଏବଂ ପହଞ୍ଚିବା ପରେ ସେମାନେ ଆମକୁ ବିମାନ ଛାଡିବାକୁ କହିଥିଲେ କାରଣ ଅବସ୍ଥା ବିଗିଡି ଯାଇଥିଲା।