ଲ୍ୟାଣ୍ଡିଂ ବେଳେ ରନୱେରୁ ଖସି ଦୁଇଫାଳ ହେଲା ବିମାନ

0

ମୁମ୍ବାଇ : ମୁମ୍ବାଇ ବିମାନବନ୍ଦରରେ ବଡ଼ ଦୁର୍ଘଟଣା। ଗୁରୁବାର ଲ୍ୟାଣ୍ଡିଂ ବେଳେ ଏକ ଘରୋଇ ଚାର୍ଟର୍ଡ ବିମାନ ରନ୍‌ୱେରୁ ଖସି ଯାଇଥିଲା। ବିମାନରେ ୬ ଯାତ୍ରୀଙ୍କ ସହ ଦୁଇ ଜଣ କ୍ରୁ ସଦସ୍ୟ ଥିଲେ। ନ୍ୟୁଜ୍‌ ଏଜେନ୍ସି ପିଟିଆଇର ରିପୋର୍ଟ ମୁତାବକ, ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କୁହାଯାଉଛି ଯେ ପ୍ରବଳ ବର୍ଷା ଯୋଗୁଁ ରନୱେରେ ପାଣି ଜମିରହିଥିବାବେଳେ ବିମାନର ଚକ ଖସିଯାଇଥିଲା ଓ ପାଇଲଟ ବିମାନ ଉପରେ ନିୟନ୍ତ୍ରଣ ରଖିପାରିନଥିଲେ | ବିମାନରେ ୬ ଜଣ ଯାତ୍ରୀ ଏବଂ ୨ ଜଣ କ୍ରୁ ସଦସ୍ୟ ଥିଲେ। ଘଟଣାସ୍ଥଳରେ ଏବେ ଉଦ୍ଧାର କାର୍ଯ୍ୟ ଚାଲିଛି। ଏହି ଦୁର୍ଘଟଣା ପରର ଏକ ଭିଡିଓ ସାମ୍ନାକୁ ଆସିଛି | ଯେଉଁଥିରେ ମୁମ୍ବାଇ ବିମାନବନ୍ଦରରେ ପ୍ରବଳ ବର୍ଷା ହେଉଥିବାବେଳେ ରନୱେ ନିକଟରେ ବିମାନର ଭଗ୍ନାଂଶ ଦେଖିବାକୁ ମିଳିଛି | ଦୁର୍ଘଟଣା ସମୟରେ ବିମାନଟିରେ ନିଆଁ ଲାଗିଯାଇଥିଲା ଓ ଦମକଳ ବାହିନୀ ଏହାକୁ ନିୟନ୍ତ୍ରଣ କରିଥିଲେ |