ଜର୍ମାନୀ-: ବିନା ପାଇଲଟରେ ମଝି ଆକାଶରେ ଉଡୁଥିଲା ବିମାନ । ୧-୨ ମିନିଟ୍ ପାଇଁ ନୁହେଁ ବରଂ ପ୍ରାୟ ୧୦ ମିନିଟ୍ ପାଇଁ ଉଡିଥିଲା ବିମାନ । ତେବେ ଏହି ବିମାନଟି ଜର୍ମାନୀର ଫ୍ରାଙ୍କଫର୍ଟରୁ ସ୍ପେନର ସେଭିଲକୁ ଯାଉଥିଲା । ଯେତେବେଳେ ବିମାନଟି ପ୍ରାୟ ୩୬ ହଜାର ଫୁଟ ଉଚ୍ଚତାରେ ଥିଲା ଏହା ପାଇଲଟ ବିନା ଆକାଶରେ ଉଡ଼ି ଚାଲିଥିଲା । ସୌଭାଗ୍ୟବଶତଃ ବିମାନରେ ଥିବା ୨୦୦ ଯାତ୍ରୀଙ୍କ ସହ କୌଣସି ଅଘଟଣ ଘଟି ନ ଥିଲା ।
ସୂଚନା ଅନୁସାରେ, ଲଫଥାନ୍ସାର ଏକ ବିମାନ ଜର୍ମାନୀରୁ ୨୦୦ ଯାତ୍ରୀଙ୍କୁ ନେଇ ସ୍ପେନ ଯାଉଥିଲା । ମଝି ଆକାଶରେ ଜଣେ ପାଇଲଟ ଶୌଚାଳୟକୁ ଯାଇଥିଲେ । ଅନ୍ୟ ଜଣେ ପାଇଲଟ ବିମାନ ଉଡ଼ାଣ ଦାୟିତ୍ଵରେ ଥିଲେ । କିନ୍ତୁ ସେ ହଠାତ୍ ଚେତାଶୂନ୍ୟ ହୋଇପଡ଼ିଥିଲେ । ଅନ୍ୟ ପାଇଲଟ ଜଣକ ଶୌଚାଳୟରେ ଥିବାରୁ ବିନା ପାଇଲଟରେ ବିମାନଟି ଉଡ଼ାଣ କରୁଥିଲା । ପ୍ରାୟ ୧୦ ମିନିଟ ପରେ ପାଇଲଟ୍ ଜଣକ କ୍ୟାବିନକୁ ଆସିଥିଲେ । କିନ୍ତୁ କ୍ୟାବିନ ଡେକ୍ ଖୋଲି ନ ଥିଲା । କିଛି ସମୟ ପରେ ସହ ପାଇଲଟ୍ଙ୍କ ଚେତା ଫେରିଥିଲା । ସେ ଉଠିବା ପରେ ଡେକ୍ ଖୋଲିବାରୁ ଅନ୍ୟ ପାଇଲଟ୍ ଭିତରକୁ ପ୍ରବେଶ କରିଥିଲେ । ଘଟଣାଟି ସାମ୍ନାକୁ ଆସିବା ପରେ ଏହାର ତଦନ୍ତ ଆରମ୍ଭ ହୋଇଛି ।