ଭୁବନେଶ୍ୱର : ରାଜଧାନୀରେ ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି କଙ୍ଗାରୁ କୋର୍ଟ ଘଟଣା, ଭାଇରାଲ ଭିଡିଓ ଆଧାରରେ ତଦନ୍ତ କରୁଛି ପୋଲିସ | 4 ରୁ 5ଜଣଙ୍କ ନାଁ ରେ ମାମଲା ରୁଜୁ କରି ତଦନ୍ତ ପୋଲିସ କରୁଛି | ଆଜି ପୁଣି ଥରେ ଲେ୍ପର୍ଶି କଲୋନୀକୁ ଯାଇ ଲୋକଙ୍କୁ ପଚରା ଉଚରା କରିବ ପୋଲିସ | ଗତକାଲି ଯୁବତୀଙ୍କ ଡାକ୍ତରୀ ମଇନା କରିଥିଲା ପୋଲିସ | ଆଜି ଯୁବତୀ ଓ ତାଙ୍କ ପରିବାର ଲୋକଙ୍କର ବୟାନ ରେକର୍ଡ କରିବ ପୋଲିସ | କଲୋନୀ ବାସିନ୍ଦା ରାତି ସାରା ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ଦଣ୍ଡ ଦେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି |
ସୂଚନା ଅନୁଯାଇ ଉକ୍ତ କଲୋନୀର ଜଣେ ଯୁବକଙ୍କ ଶହ ମିଳା ମିଶା ନକରିବା ପାଇଁ ଯୁବତୀଙ୍କୁ କଲୋନୀ ବାସିନ୍ଦା ବାରଣ କରିଥିଲେ | ହେଲେ ଯୁବତୀ ଏହାକୁ ନମାନି ନିୟମିତ ଭାବେ ଯୁବକଙ୍କ ପାଖକୁ ଯିବା ଆସିବା କରୁଥିଲେ | ଏଥିପାଇଁ କଲୋନୀ ବାସିନ୍ଦା ଏକଜୁଟ ହୋଇ ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ଦଣ୍ଡ ଦେଇଥିଲେ | ସୂଚନା ପାଇ ଘଟଣା ସ୍ଥଳରେ ପୋଲିସ ପହଁଚି ଯୁବତୀଙ୍କୁ ଉଦ୍ଧାର କରିବା ସହ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରିଥିଲା |